ଜଗତସିଂହପୁର(ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକ ର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଘଠନ ର ମିଳିତ ଆନୁକୂଲ୍ୟରେ ଆଜି ମାଗଣା ଆକ୍ସିଜେନ: ସେବାର ଶୁଭାରମ୍ଭ ହୋଇଯାଇଛି । ବ୍ଲକର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଘଠନ ର କର୍ମକର୍ତ୍ତା ମାନେ ନିଜସ୍ଵ ଅର୍ଥ ରାଶିରେ ଆଜି ଦୁଇଟି ଅକ୍ସିଜେନ ସିଲିଣ୍ଡର କିଣିବା ସହିତ,ମାସ୍କ, ସାନିଟାଇଜର ଇତ୍ୟାଦି ନାଉଗାଁ ବ୍ଲକ ରେ ମହାମାରୀ କରୋନା ରେ ପୀଡ଼ିତ ରୋଗୀ ଙ୍କ ଉଦ୍ଦେଶ୍ୟ ରେ ବ୍ୟବହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସମସ୍ତ ସେବା ବିନା ମୂଲ୍ୟରେ ଲୋକଙ୍କୁ ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି। ଅକ୍ସିଜେନ ଅଭାବରୁ ମହାମାରୀ କରୋନା ରେ କାହାର କିଛି କ୍ଷତି ନ ହେବା ପାଇଁ ସମସ୍ତ ସ୍ବେଚ୍ଛାସେବୀ ସଙ୍ଘଠନ ର କର୍ମକର୍ତ୍ତା ମାନଙ୍କର ମୁଳ ଲକ୍ଷ୍ୟ ରହିଛି। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।