ନାଉଗାଁ ବ୍ଲକରେ ପୂର୍ତ୍ତ ବିଭାଗର ଅଜବ ନିୟମ

50

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ପୂର୍ତ୍ତ ବିଭାଗର ଦ୍ଵାରା ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ। ତାହା ପୁଣି ବିନା ଏଷ୍ଟିମେଣ୍ଟ ଓ ବିନା ଏଗ୍ରୀମେଣ୍ଟରେ । ଯେଉଁ ଠିକାଦାର ବିଭାଗୀୟ ଯନ୍ତ୍ରୀଙ୍କୁ ଖୁସି କରି ପାରିଲା ସେ କାମ କରି ପାରିଲା। ନାଉଗାଁ ବ୍ଲକରେ ଥିବା ପୂର୍ତ୍ତ ବିଭାଗର ସମସ୍ତ ରାସ୍ତାରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ। ମନଇଛା ରାସ୍ତାକୁ ଖୋଳି ପକାଇ ଠିକ୍ ଭାଗ ମାପ ନଦେଇ କରୁଛନ୍ତି କାର୍ଯ୍ୟ ଯାହାକି ନିର୍ମାଣ ର କିଛ଼ି ଦିନ ପରେ ଫାଟି ଯାଉଥିବା ଦେଖିବାକୁ ମିଳିଛି। କାର୍ଯ୍ଯ ହେଲା ବେଳେ ବି ବିଭାଗ ପକ୍ଷରୁ କାହାରିକୁ ଦେଖିବାକୁ ମିଳେ ନାହିଁ। ରାସ୍ତା ସମ୍ପ୍ରସାରଣ ନାଁରେ ନାଉଗାଁରେ ଚାଲିଛି ବଡ଼ ଦୁର୍ନୀତି ଖୁଲମ୍ ଖୁଲା ଭାବେ କରାଯାଉଛି ସରକାରୀ ଅର୍ଥକୁ ହରିଲୁଟ। ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ବ ହେବ ଥାନା ରୋଡ଼ ଟିର ଗୋଟିଏ ପାର୍ଶ୍ଵକୁ ଖୋଳି ପକାଇ ଦିଆଯାଇଛି। ଯାହା ଦ୍ୱାରା ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଓ ରାସ୍ତା ଉପରେ ବାଲି ଗୋଡ଼ି ଗଦା ଯାଇଥିବାରୁ ଛୋଟ ବଡ ଦୁର୍ଘଟଣା ମଧ୍ଯ ଘଟୁଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା ଦେଇ ଦୈନିକ ସହ ସହ ସ୍କୁଲ୍ ଓ କଲେଜର ଛାତ୍ର ଛାତ୍ରୀ ଯିବା ଆସିବା କରିଥାନ୍ତି।ଉକ୍ତ ଘଟଣା ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା।ତାଙ୍କ କହିବା ଅନୁସାରେ ଏଷ୍ଟିମେଣ୍ଟ ହୋଇନାହିଁ ଏଷ୍ଟିମେଣ୍ଟ ହେଲାପରେ କାର୍ଯ୍ୟ ଆରମ୍ଭ ହେବ। ଏଠି ପ୍ରଶ୍ନଉଠେ ଏଷ୍ଟିମେଣ୍ଟ ହୋଇନାହିଁ ରାସ୍ତା ପାର୍ଶ୍ବ କିପରି ଖୋଳା ହୋଇ ଅଧେ କାର୍ଯ୍ୟ ସରିଛି ଏଠି କାର୍ଯ୍ୟ ବନ୍ଦ ଥିବା ବେଳେ ବ୍ଲକର ଅନେକ ଜାଗାରେ ଉକ୍ତ ବିଭାଗର କାର୍ଯ୍ୟ ଚାଲୁ ରହିଛି।ତେଣୁ ଏହି ବିଭାଗ ଦ୍ଵାରା ଚାଲିଥିବା ସମସ୍ତ କାର୍ଯ୍ଯକୁ ଭିଜିଲାନ୍ସଙ୍କ ଦ୍ଵାରା ତଦନ୍ତ କରିବା ପାଇଁ ବୁଦ୍ଧିଜୀବି ମାନେ ଦାବି କରୁଛନ୍ତି। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More