ନାଉଗାଁ(ସଂଘର୍ଷ ମିଡିଆ ) : – ନାଉଗାଁ ବ୍ଲକ ର ଷୋଳ ଟି ପଞ୍ଚାୟତ ର ଯୁବକ ବନ୍ଧୁ ମାନଙ୍କ ଦ୍ଵାରା ଗଠନ କରାଯାଇଥିବା ନାଉଗାଁ ଡେଭଲପମେଣ୍ଟ ଫୋରମ୍ ତରଫରୁ ଅକ୍ସିଜେନ ଏକ୍ସସପ୍ରେସ ସଚେତନତା ରଥ ଆଜି ଗଳଧାରୀ ଗ୍ରାମ ପଞ୍ଚାୟତ ରେ ଶୁଭ ଉଦଘାଟନ ହୋଇଯାଇଛି। ଗଳଧାରୀ ଗ୍ରାମ ପଞ୍ଚାୟତ ର ଏରଡା ଗ୍ରାମ ରେ ଆଜି ସଚେତନତା ରଥ ପହଂଚିବା ପରେ ସେଠାରୁ ଏରଡ଼ା ଗ୍ରାମ ଦେଇ ଗଳଧାରୀ ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମ ରେ ଲୋକ ମାନଙ୍କୁ କରୋନା ସଚେତନତା ବିଷୟରେ ଅବଗତ କରାଯାଇଥିଲା ।ଏବଂ ବିଶେଷ ଭାବରେ ଯେଉଁ ଲୋକ ମାନଙ୍କର ଅକ୍ସିଜେନ ର ଆବଶ୍ୟକ ସେମାନଙ୍କୁ ମାଗଣାରେ ସଂଘ ପକ୍ଷରୁ ଯୋଗେଇ ଦିଆଯିବ ବୋଲି ପଞ୍ଚାୟତ ର ସମସ୍ତ ଜନସାଧାରଣ ଙ୍କୁ ଅବଗତ କରାଯାଇଛି। ସଂଘ ପକ୍ଷରୁ ପଞ୍ଚାୟତ ରେ ଥିବା ସାମାଜିକ କର୍ମୀ ମାନଙ୍କୁ କଲ୍ କଲେ ରୋଗୀ ଙ୍କ ଘରକୁ ଅକ୍ସିଜେନ ସେବା ଯୋଗାଇ ଦିଆଯିବ ବୋଲି ସର୍ବସଧାରଣ ରେ ଅବଗତ କରାଯାଇଛି,,ଆଗାମୀ ଦିନରେ ଏହି ସଚେତନତା ରଥ ପଞ୍ଚାୟତ ର ଅନ୍ୟ ପନ୍ଦରଟି ପଞ୍ଚାୟତ ରେ ବୁଲିବା ସହିତ ଲୋକଙ୍କୁ ସଚେତନତା କରିବା ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ରେ ଗଳଧାରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସାଗରିକା ମଲ୍ଲିକ, ସମାଜସେବୀ ଦିଲ୍ଲୀପ ନାୟକ ନାଉଗାଁ ଡେଭଲମେଣ୍ଟ ଫୋରମ ର ଚନ୍ଦନ ଲେଙ୍କା, ସଚିନ ବେହୁରା,ଶ୍ରୀକାନ୍ତ ସ୍ବାଇଁ, ପ୍ରିୟ ଦର୍ଶନ ରଥ,ସ୍ମୃତି ରଞ୍ଜନ ଜେନା ଓ ଗଳଧାରୀ ଗ୍ରାମ ପଞ୍ଚାୟତ ର ଡମ୍ବରୁଧର ବସ୍ତିଆ , ଅମରଜିତ ସ୍ବାଇଁ , ସଂଗ୍ରାମ ସ୍ବାଇଁ ,ମନୋଜ ମାହାନ୍ତି , ପ୍ରିତିକାନ୍ତ ନାୟକ, ଅନୁପ ବିଶ୍ବାଳ , ବିଶ୍ବଜିତ ମଲ୍ଲିକ, ପ୍ରିନ୍ସ ନାୟକ ,ମନୋଜ ରାଉତ, ସୌରଭରଞନ ସ୍ବାଇଁ,ଟାର୍ଜନ ସ୍ବାଇଁ,ସୌମ୍ୟରଞନ ସ୍ବାଇଁ, ଚନ୍ଦନ ବିଶ୍ବାଳ , ଜିତେନ୍ଦ୍ର ବସ୍ତିଆ । ବୁବୁ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନାଉଗାଁ ରୁ ତାପସ କୁମାର ଦାସ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।