ନରସିଙ୍ଗପୁର ଗ୍ରାମରେ ଅଷ୍ଟମ ପ୍ରହରୀ ପାଳିତ

50

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) :  ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ନରସିଙ୍ଗପୁର ଗ୍ରାମରେ ଅଷ୍ଟମ ପ୍ରହରୀ ପୂଜା ପାଳନ କରାଇଥିଲା l ଏହି ପୂଜା ବର୍ଷର ଶେଷ ମୀନ ସଂକ୍ରାନ୍ତିର ପର ଦିନ ଠାରୁ ଆରମ୍ଭ ହୋଇଥାଏ l ଏହି ଅଷ୍ଟମ ପ୍ରହରୀ ପାଳନ ଦୀର୍ଘ 100ବର୍ଷ ଧରି ପାଳନ କରାଯାଉ ଅଛି l ଏଠାରେ ଭକ୍ତଙ୍କ ଗହଳି କହିଲେ ନସରେ l କିନ୍ତୁ କୋରାନା କଟକଣା  ନେଇ ସରକାର  ଗାଇଡ଼ ଲାଇନ ଅନୁସାରେ ଅଳ୍ପ କିଛି ଲୋକ ମାନଙ୍କ ଗହଳି  ହରିନାମ କୀର୍ତ୍ତନ କରାଯାଉଅଛି ଏବଂ ଭକ୍ତ ମାନଙ୍କ ପାଈଁ ପ୍ରସାଦ ସେବନ ଦିଆଯାଇଥାଏ । ଏହି ପ୍ରସାଦ ସେବନ ପରିବେଷଣ ରେ ଗ୍ରାମର କିଛି କୁନି କୁନି ଝିଅ ବୋହୁ ମାନେ ଉପସ୍ଥିତ ରହି ବେଶ ଆନନ୍ଦର ସହ ପ୍ରସାଦ ସେବନ କରି ଥାନ୍ତି l ଏହି ଅନୁଷ୍ଠାନର  ସମସ୍ତ ସଦସ୍ୟ କହିବା ଅନୁଯାଇ,ଏହି ଅଷ୍ଟମ ପ୍ରହରୀ ପାଳନ ପୂର୍ବ ପୁରୁଷ ମାନେ କରିଆସୁଥିଲେ, ଏହାକୁ ବଜାଇ ରଖିବା ପାଈଁ ପ୍ରତି ବର୍ଷର ଶେଷ ମୀନ ସଂକ୍ରାନ୍ତି ପର ଦିନ ଠାରୁ ଆରମ୍ଭ ହୋଇ, ନଗର କୀର୍ତ୍ତନ ସାରିବାପରେ ଏହି ଅଷ୍ଟମ ପ୍ରହରୀ ପାଳନ ଶେଷ କରାଯାଇଥାଏ l କେନ୍ଦ୍ରାପଡ଼ା  ବିଜୟ କୁମାର ଓ଼ ଡେରାବିଶ  ସର୍ବେଶ୍ୱର ମଲ୍ଲିକଙ୍କ  ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More