ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଫରେଷ୍ଟ ଗେଟ ନିକଟରେ ଗଣେଶ ପୂଜା କମିଟି ପକ୍ଷରୁ ପବିତ୍ର ଗଣେଶ ପୂଜା ଅତି ଧୁମଧାମରେ ପାଳିତ ହେଉଛି।ଏହି ପୂଜା ନଅ ଦିନ ଧରି ଚାଲୁ ରହିବ।ପ୍ରତି ଦିନ ସନ୍ଧ୍ୟା ସମୟରେ ଆଳତୀ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥାଏଏହି କାର୍ଯ୍ୟକ୍ରମରେ କମିଟି ମେମ୍ବର ସାହି ଲୋକଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ପୂର୍ବ ପୁରୁଷ ରୁ ଏହି ଗଣେଶ ପୂଜା ପାଳିତ ହେଉଅଛି।ଶେଷ ଦିନ ପ୍ରାୟ ଚାରି ପାଞ୍ଚ ହଜାର ଲୋକଙ୍କ ନିମନ୍ତେ ଅନ୍ନ ପ୍ରସାଦର ଆୟୋଜନ ହୋଇଥାଏ। ଆଖ ପାଖ 4 5 ଖଣ୍ଡ ଗ୍ରାମବାସୀ ଅନ୍ନ ପ୍ରସାଦ ସେବନ କରିଥାନ୍ତି। ଗଜପତିରୁ ବିବେକାନନ୍ଦ ବେହେରା ।