ଭଦ୍ରକ (ସଂଘର୍ଷ ମିଡିଆ ) : ଭଦ୍ରକ ଜିଲା ଆରଡି ନିକଟସ୍ଥ ନାନ୍ଦପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀରେ ଆଜି ଜଣେ ଧିବର ମାଛ ଧରିବା ପାଇଁ ଜାଲ ଟାଣୁଥିବା ବେଳେ ଏକ ୪ଫୁଟିଆ କୁମ୍ଭୀର ଜାଲ ଭିତରେ ପଡିଥିଲା। ଡଙ୍ଗା ଦ୍ବାରା ଧିବର ଜଣକ ନଦୀକୂଳକୁ ଜାଲ ଆଣିବା ପରେ ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରିବା ସହ ନିକଟସ୍ଥ ପୁଲିସ ଓ ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରକୁ ନେଇ ଅନ୍ୟତ୍ର ଛାଡିଥିବାର ସୂଚନାମିଳିଛି ।