ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଅଲଣା ପ୍ରାଥମିକ କୃଷି ସେବା ସମବାୟ ସମିତିର ଚାଷୀ ମାନେ ମଣ୍ଡିରେ ଟୋକନ ପାଇ ଟୋକନ ଲାପସ୍ ହୋଇଗଲାଣି କିନ୍ତୁ ଚାଷୀ ତାର ଧାନ ଦେଇପାରିନାହିଁ କାରଣ ଟାର୍ଗେଟ ନାହିଁ। ସେଥିପାଇଁ ଆଜି ଅଲଣା ମଣ୍ଡିର ଚାଷୀ ଅଲଣା ପ୍ରାଥମିକ କୃଷି ସେବା ସମବାୟ ସମିତି ସମ୍ମୁଖରେ ବାଲିଭଉଁରୀ ନାଉଗାଁ ମୂଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିବା ସହିତ ରାଜ ରାସ୍ତାକୁ ଅବରୋଧ କରି ରଖିଛନ୍ତି। ବୁଝାଶୁଝା କରିବା ପାଇଁ ଆସିଥିବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର , ବ୍ଲକ ଯୋଗାଣ ଅଧିକାରୀ ଙ୍କ ସମେତ ଜିଲ୍ଲା ଯୋଗାଣ ଅତିରିକ୍ତ ଅଧିକାରୀଙ୍କୁ ସମବାୟ ସମିତି ଗୃହରେ ପୁରାଇ ତାଲା ପକାଇ ଅଟକ ରଖିଛନ୍ତି ଚାଷୀ ଭାଇ ମାନେ ।ତାଙ୍କର ମୂଖ୍ୟତ ଦାବି ଆମ ଧାନକୁ ଆଗ ସରକାର ନିଅନ୍ତୁ ତା ପରେ ଆମେ ତମକୁ ଛାଡିବୁ। ଘଟଣା ସ୍ଥଳରେ ନାଉଗାଁ ତହସିଲଦାର ପହଞ୍ଚି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ କିନ୍ତୁ ଆଲୋଚନା କିଛି ସଫଳ ହୋଇନଥିଲା ଚାଷୀ ମାନେ ତାଙ୍କ ଜିଦ୍ ରେ ଅଟକ ଥିଲେ।ଘଟଣା ସ୍ଥଳକୁ ଜିଲ୍ଲାପାଳ ଆସନ୍ତୁ ଓ ପ୍ରତିଶ୍ରୁତି ଦିଅନ୍ତୁ ଧାନ ନେବା ପାଇଁ ତାପରେ ଆମେ ରାସ୍ତାରୋକରୁ ଓହରିବୁ। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍