କଳାହାଣ୍ଡି (ସଂଘର୍ଷ ମିଡିଆ ) :- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରlମାଲ ଧାନ ମଣ୍ଡିରେ ମା ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ କରାଯାଉଥିବା ବେଳେ, ଚାଷୀମାନଙ୍କ ଧାନକୁ ଅଧିକ ପରିମାଣର କଟନୀ କରାଯାଉଥିବା ଅଭିଯୋଗ ନେଇ ଚାଷୀ ମାନଙ୍କ ପ୍ରତିବାଦରେ ଆଜି ଧାନ ଉଠାଣ ଠପ ହୋଇ ପଡିଛି । ଚାଷୀଙ୍କ ଟୋକାନ ଅବଧି ସମାପ୍ତ ହେବ ବୋଲି କେତେକ ମିଲର ଏଜେଣ୍ଟ ଚାଷୀ ମାନଙ୍କୁ ୬ ରୁ ୭ କେଜି ଧାନ କଟନୀ କରୁଥିବାରୁ ଏହାକୁ କେତେକ ଚାଷୀ ବିରୋଧ କରିଛନ୍ତି l ଯାହାଫଳରେ ହରମାଲ ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି l ଚାଷୀମାନେ ୫କେଜି କଟନୀ ଦେବା ପାଇଁ ରାଜିଥିଲେ ମଧ୍ୟ ମିଲର୍ସମାନେ ୬କେଜି ରେ ଅଡ଼ି ବସିଛନ୍ତି ତେଣୁ କୌଣସି ସମାଧାନର ବାଟ ବାହାରି ପାରିନାହିଁ l ମିଳିଥିବା ସୂଚନା ମୁତାବକ, ଧାନ ଉଠାଣ ଠପ୍ ହେବା ସତ୍ୟେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାରିନଥିବା ବେଳେ ,ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଳିନୀତି ଓ ଲାଭଖୋର ମନୋବୃତ୍ତି ଜଳ ଜଳ ଭାବେ ବାରିହୋଇ ପଡୁଛି l ବର୍ତମାନ କାଳବୈଶାଖୀ ଚାଷୀ ମାନଙ୍କୁ ଦାଉ ସlଧୁଥିବାବେଳେ ଟୋକାନ ସମୟ ଅବଧି ସମାପ୍ତ ହେବା ଚିନ୍ତାରେ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି l କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।