ଧର୍ମ ଉପରେ ଆକ୍ରମଣକୁ ନେଇ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଡ଼ା ନିନ୍ଦା

26

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶେଖ ହାସିନା ସରକାରର ପତନ ପରେ ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ। ଏହି ହିଂସା ଏବେ ସାଂପ୍ରଦାୟିକ ହିଂସାର ରୂପ ନେଇଛି। ହିନ୍ଦୁଙ୍କ ମନ୍ଦିର ଭଙ୍ଗାରୁଜା ସହ ହିନ୍ଦୁଙ୍କୁ ଆକ୍ରମଣ କରାଯାଉଛି। ଯାହା ଫଳରେ ବଙ୍ଗଳାଦେଶ ସଂଖ୍ୟା ଲଘୁ ହିନ୍ଦୁ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଧର୍ମ ଉପରେ ଆକ୍ରମଣକୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କଡ଼ା ନିନ୍ଦା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପୁରୀ ର ନିଳାଦ୍ରୀ ବିଚ୍ ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ଧର୍ମ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଶାନ୍ତି ପାଇଁ ଅପିଲ କରିଛନ୍ତି। ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ବାଂଲାଦେଶ ରେ ଯେଭଳି ହିନ୍ଦୁ ଙ୍କ ଉପରେ ଆକ୍ରମଣ ହେଉଚି ତାହା ଉପରେ ଆମେ ଏହି ବାଲୁକା ଚିତ୍ରକଳା ଟିକୁ ନିର୍ମାଣ କରିଛୁ। ହିନ୍ଦୁ ଧର୍ମ ଉପରେ ଆକ୍ରମଣ ଅତି ନିନ୍ଦନୀୟ। ବାଂଲାଦେଶ ଶାନ୍ତି ବଜାୟ ରହିବା ପାଇଁ ଆମ ବାଲୁକା ଚିତ୍ର କଳା ରେ ବାର୍ତା ଦେଇଚୁ। ବଙ୍ଗଳାଦେଶରେ ଧର୍ମକୁ ନେଇ ଯେଭଳି ଆକ୍ରମଣ କରାଯାଉଛି ତାହା ଅତି ନିନ୍ଦନୀୟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More