କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତରେ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବାଟ ମାରନା ହୋଇଥିବା ଅଭିଯୋଗ ବର୍ତ୍ତମାନ ଭିନ୍ନ ମୋଡ଼ ନେବାରେ ଲାଗିଛି । ହିତାଧିକାରୀ ମାନଙ୍କୁ ବାରମ୍ବାର ପୋଲିସ ଡ଼ାକି ପଚରା ଉଚୁରା ଜାରି ରଖିଥିବା ବେଳେ, ହିତାଧିକାରୀ ଶ୍ରମିକ ମାନଙ୍କୁ ଅଭିଯୁକ୍ତ ମାନେ ବନ୍ଧାହୋଇ ଫେରିଲା ପରେ ଆକ୍ରମଣ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ୩ଜଣ ଅଭିଯୁକ୍ତ ଜେଲ ଯାଇଥିବା ବେଳେ, ୨୦ ଲକ୍ଷ ଟଙ୍କା କେମିତି ହଡ଼ପ କାରୀ ମାନଙ୍କ ଠାରୁ ଆଦାୟ କରାଯିବ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପରି ସ୍ଥଳେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା GRS ତଥା ଗ୍ରାମ ରୋଜଗାର ସେବକ – ଆଦବାରୁ ମାଝୀ ଅନାୟାସରେ ଘୁରି ବୁଲୁଛନ୍ତି । ତାଙ୍କର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ, ତାଙ୍କ ପାଖକୁ ଆଇନର ଲମ୍ବାହାତ କିପରି ପହଞ୍ଚି ପାରୁ ନାହିଁ ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ସମ୍ପୂର୍ଣ୍ଣ ଘଟଣା ବଳିକୁ ନିରିଖେଇ ଦେଖିଲେ GRS ଆଦବାରୁ ମାଝୀଙ୍କ ଭୂମିକା ସନ୍ଦେହ ଘେରରେ ରହିଥିବା ଜଳ ଜଳ ହୋଇ ବାରିହୋଇ ପଡୁଥିବା ବେଳେ, ପ୍ରଶାସନ କାହିଁକି ହାତବାନ୍ଧି ବସିଛି ତାହା ବୁଝା ପଡୁନାହିଁ । ଅନ୍ୟପକ୍ଷେ GRS ଆଦବାରୁ ମାଝୀ ନିଜେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଆମ କେମେରା ଆଗରେ ଦୋଷ ସ୍ୱୀକାର କରିଥିବା ସ୍ଥଳେ, କାହିଁକି ପୋଲିସ ବିଭାଗ ନିରବି ଗଲେ ତାହାନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ GRS ଆଦବାରୁ ମାଝୀ କେବେ ବନ୍ଧା ହେବେ ଓ କେବେ ଗରିବ ଲୋକମାନେ ତାଙ୍କ ପାରିଶ୍ରମିକ ମଜୁରୀ ଫେରି ପାଇବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା । କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।