ଦେଶୀ ମଦ ପ୍ରସ୍ତୁତି ବେଳେ ଅବକାରୀ ବିଭାଗର ଚଢ଼ାଉ,୭ହଜାର ଲିଟର ପୋଚ ନଷ୍ଟ

41

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ ) : ଲକଡାଉନର ସୁଯୋଗ ନେଇ ଦେଶୀ ମଦ ମାଫିଆମାନେ ମଦ ପ୍ରସ୍ତୁତି ଓ ବିକ୍ରି କରୁଛନ୍ତି । ଏହି ଦେଶୀ ମଦ ପ୍ରସ୍ତୁତି ହେଉଥିବାର ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ଇନିସପେକ୍ଟର ଭୈରବ ସାହୁ କର୍ମଚାରୀ ମାନଙ୍କ ସହ ପହଁଚି ବ୍ୟବହୃତ ସରଞ୍ଜାମ ସହ ୭ ହଜାର ଲିଟର ପୋଚ ଓ ୧୬୦ ଲିଟର ଦେଶୀ ମଦକୁ ନଷ୍ଟ କରିଦେଇଛନ୍ତି । ଏହା ଖୋର୍ଦ୍ଧା ଜିଲ୍ଲା ପାଟପୁର ଶାସନ ପଞ୍ଚାୟତ ଖାରଡ଼ପଲ୍ଲୀ,କଳାପଥର ଓ କୋଟସିଂହା ଗ୍ରାମର ନିକଟସ୍ଥ ଜଙ୍ଗଲରେ ଦେଶୀ ମଦର ପ୍ରସ୍ତୁତି ଦେଖିବାକୁ ମିଳିଥିଲା । କରୋନା ମହାମାରୀ ଏଭଳି ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଯେ, ଲୋକମାନେ ଦେଶୀ ମଦ ପ୍ରସ୍ତୁତି କରିବା ପାଇଁ ବେଶି ପସନ୍ଦ କରୁଛନ୍ତି। ଏହିଭଳି ବାରମ୍ବାର ଅବକାରୀ ବିଭାଗ ଦ୍ଵାରା ଧର ପଗଡ଼ ହଲା ପରେ ମଧ୍ୟ ଏହାର କୌଣସି ସୁଫଳ ମିଳୁ ନ ଥିବା ଜଣାପଡିଛି। ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More