ଦେବାଗାଁ ସରପଞ୍ଚଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ, ଘର କରେଇ ଦେବାକୁ କହି ଠକି ନେଲେ ଟଙ୍କା

36

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ) : – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରେଇଦେବା ନାମରେ ହିତାଧିକାରୀଙ୍କ ଠାରୁ ଠକିନେଲେ ଟଙ୍କା, ସରପଞ୍ଚ ସାଜିଲେ ଠିକାଦାର ।ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଦେବାଗାଁ ପଂଚାୟତର ସରପଞ୍ଚ ଚରଣ ଗଣ୍ଡ ସେହି ଦେବାଗାଁ ଗ୍ରାମର ବର୍ଷେ ପୂର୍ବରୁ ପାଞ୍ଚଜଣ ହିତାଧିକାରୀ ଯାହାଙ୍କ ନାମ ମାଳତୀ ଗଣ୍ଡ ସ୍ୱାମୀ ବିର୍ଜୁ ଗଣ୍ଡ,ରାମବତୀ ଗଣ୍ଡ ସ୍ୱାମୀ ଚଇତରାମ ଗଣ୍ଡ, ରତନୀ ଗଣ୍ଡ ସ୍ୱାମୀ ଯୁଗଦେବ ଗଣ୍ଡ, ଶୂକାରି ଗଣ୍ଡ ସ୍ୱାମୀ ନରେଶ ଗଣ୍ଡ, ସୋନା ଗଣ୍ଡ ସ୍ୱାମୀ ଜିତେନ ଗଣ୍ଡ ଏହି ପାଞ୍ଚଜଣ ହିତାଧିକାରୀ ଙ୍କ ନାମରେ ଆସିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର lଏହି ଘର ହିତାଧିକାରୀ ମାନେ ଦେବାଗାଁ ସରପଞ୍ଚ ଙ୍କୁ ଠିକା ଦେଇଥିଲେ, କିନ୍ତୁ ବର୍ଷେ ବିତିଗଲା ସରପଞ୍ଚ କରିଦେଇ ନାହାନ୍ତି ଘର lଫୋନ କଲେ ଫୋନ ଉଠାଉ ନ ଥିବା ସହ ଘର କରିଦେଇ ନ ଥିବାର ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ lଏମିତି କି ରାମବତୀ ଗଣ୍ଡ ଯାହାଙ୍କ ଖାଲି ଘରର ଫାଉଣ୍ଡେସନ ରହିଛି ସିଏ ସରପଞ୍ଚଙ୍କୁ ଦେଲେ ୬୨,000 ହଜାର ଟଙ୍କା, ମାଳତୀ ଗଣ୍ଡ ଯାହାଙ୍କ ଘରର ଅଧା କାନ୍ଥ ଉଠିଛି ସେ ସରପଞ୍ଚ ଙ୍କୁ ଦେଲେ ୫0,000 ଟଙ୍କା, ସେହିପରି ରତନୀ ଗଣ୍ଡ ଖାଲି ଘରର ଫାଉଣ୍ଡେସନ ପାଇଁ ୬ ଟି ଗାତ ଖୋଳିଛନ୍ତି ସେ ସରପଞ୍ଚଙ୍କୁ ଦେଲେ ୫0,000 ଟଙ୍କା, ଶୂକାରୀ ଗଣ୍ଡ ଙ୍କ ୬ ଟି ଫାଉଣ୍ଡେସନ ଗାତ ଖୋଲା ହେଇଛି ସେ ମଧ୍ୟ ସରପଞ୍ଚ ଙ୍କୁ ଦେଲେ ୪0,000 ଟଙ୍କା, ସୋନା ଗଣ୍ଡ ଙ୍କ ଘରର ଫାଉଣ୍ଡେସନ ପାଇଁ ଗାତ ଖୋଳା ହେଇଛି ସେ ମଧ୍ୟ ସରପଞ୍ଚ ଙ୍କୁ ଦେଲେ ୪0,000 ଟଙ୍କା ସବୁ ଟଙ୍କା ନେଇ ସରପଞ୍ଚ ଚୁପ ହୋଇ ବସିଛନ୍ତି, ହିତାଧିକାରୀ ଙ୍କୁ କରିଦେଇନାହାନ୍ତି ଘର ।ବହୁତ ଗରିବ ଲୋକ ଏମାନେ ପକ୍କା ଘରେ ରହିବେ ବୋଲି ମନରେ ସ୍ବପ୍ନ ଥିଲା, କିନ୍ତୁ ସରପଞ୍ଚ ଏମାନଙ୍କ ସ୍ବପ୍ନ କରିଦେଇଛି ଚୁରମାର। ଏଇଠି ସବୁଠୁ ବଡ଼ ପ୍ରଶ୍ନ ବିନା ଫାଉଣ୍ଡେସନ ରେ ଖାଲି ଗାତରେ କେମିତି ହେଇଗଲା ଘରର ଅଧା ବିଲ, ସରପଞ୍ଚ ଙ୍କ ସହ ଆହୁରି କାହାର ରହିଛି ହାତ, ସୂଚନାଥାଉ କି ହିତାଧିକାରୀ ମାନେ କିଏ କିଏ ନିଜ ବ୍ୟାଙ୍କ ଖାତାରୁ ସରପଞ୍ଚ ଙ୍କ ଖାତା ରେ ପଇସା ଦେଇଛନ୍ତି ।ଆଉ କିଏ ହାତରେ ପଇସା ଉଠେଇ ଦେଇଛନ୍ତି ସରପଞ୍ଚଙ୍କୁ, ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ସରପଞ୍ଚ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦୃଢ ଦାବୀ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More