ବରୀ ( ସଂଘର୍ଷ ମିଡିଆ ) : ବରୀ ବ୍ଲକରେ କୋଟି କୋଟି ଟଙ୍କା ଦୁର୍ନୀତିର ଅଭିଯୋଗ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇ ଅଭିଯୋଗ କରିବାପରେ ଶାସକ ଦଳର ଆକ୍ରମଣ ର ଶିକାର ହେଲେ ପ୍ରାକ୍ତନ ବରୀ ବ୍ଲକ ଅଧକ୍ଷା ଭାରତୀ ବେହେରା l ସୂଚନାଯୋଗ୍ୟ ବରୀ ବ୍ଲକରେ ବିଭିନ୍ନ ଯୋଜନାରେ ତଥା ବୁଲବୁଲ 2020.21, ଅମ୍ଫନ 2020.21, fdr 2020.21 ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମୋ କୁଡ଼ିଆ,ଇତ୍ୟାଦି କାମ ଉପରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆଜି ବରୀ ବ୍ଲକ ପ୍ରାକ୍ତନ ଅଧକ୍ଷା ଭାରତୀ ବେହେରା ଜିଲ୍ଲାପାଳ ଯାଜପୁର ଙ୍କୁ ଅଭିଯୋଗ କରିବା ପରେ ବରୀ ବିଡ଼ିଓ ଙ୍କୁ ଅଭିଯୋଗ କରି ଫେରିବା ବେଳେ ସେହି ବ୍ଲକ ଭିତରେ ଶାସକ ଦଳର ଯୁବ ନେତା ଆଶିଷ ସାମଲ ତାଙ୍କୁ ଗାଳି ଗୁଳଜ କରି ଫାଇଲ ଛଡ଼ାଇଥିଲେ ଫାଇଲଟି ନଦେବାରୁ ସେ ତାଙ୍କୁ ଏକ ଶକ୍ତ ଗୋଇଠା ମାରିଥିଲେ ବୋଲି ବରୀ ଥାନାରେ ଅଭିଯୋଗ ହୋଇଛି l ଅପର ପକ୍ଷରେ ଆଶିଷ ସାମଲ ଙ୍କୁ ମଧ୍ୟ ମାଡ଼ ହୋଇଛି ବୋଲି ସେ ବି ଏକ ଅଭିଯୋଗ କରିଥିବା ଜଣା ପଡ଼ିଛି l ବରୀ ବ୍ଲକ ଟି 29 ଗୋଟି ପଂଚାୟତ କୁ ନେଇ ଗଠିତ l ଏହି ପଂଚାୟତ ଗୁଡିକରେ 2019.20ରେ ଗାଁ ଗାଁରେ 90 ଭାଗରୁ 95 ଭାଗ ରାସ୍ତା ପକା ରାସ୍ତା କରାଯାଇଥିବା ବେଳେ 2020.21 ବର୍ଷରେ ବୁଲବୁଲ, ଅମ୍ଫନ ଅର୍ଥରାଶି ଅନୁଦାନରେ ପୁନର୍ବାର ସେହି ପ୍ରକଳ୍ପ ଦର୍ଶାଯାଇ ବିଲ ପଇଠ କରାଯାଇଛି l ହେଲେ ବରୀର ରାଜନେତା ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକl ହୋଇ ଥିବାରୁ ଏହାର ସଠିକ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ହଡପ ହୋଇଥିବା ଘଟଣା ସାମ୍ନାକୁ ଆସିବ l ଚଳିତ ବୁଲବୁଲ ରେ ମଞ୍ଜୁର ହୋଇଥିବା 209 ଟି ପ୍ରକଳ୍ପ ଓ fdr ରେ ମଞ୍ଜୁର ହୋଇଥିବା 355ଟି ପ୍ରକଳ୍ପରୁ ନାମକୁ ମାତ୍ର କିଛି ପ୍ରକଳ୍ପ କାମ କରି ଅବଶିଷ୍ଟ କାମ ନ ହୋଇ ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ହଡପ କରା ଯାଇଛିl ବୁଲୁବୁଲରେ କେବଳ ପବନ ହୋଇଥିବା ବେଳେ ବରୀ ବ୍ଲକରେ 209 ରାସ୍ତା କ୍ଷତି ଗ୍ରସ୍ତ ହୋଇଥିବା ଦର୍ଶା ଯାଇ ଏହି କ୍ଷତିଗ୍ରସ୍ତ ରାସ୍ତା ମରାମତି ପାଈଁ 4 କୋଟି 5 ଲକ୍ଷ ଟଙ୍କା ବ୍ୟୟ କରାଯାଇଛି l କିଛି ଗାଁକୁ ଯିବାକୁ ଆଦୌ ରାସ୍ତା ନ ଥିବା ବେଳେ କିଛି ପ୍ରକଳ୍ପ ପଂଚାୟତରlଜ ବିଭାଗର ନିୟମlବଳୀକୁ ଉଲଂଘନ କରାଯାଇ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀ ମାନଙ୍କ ନିଜ ଘରଢ଼ିଅରେ ବ୍ୟକ୍ତିଗତ ମାଲିକାନାରେ ଢଳେଇ କରାଯାଇ ବିଲ ପଇଠ ହୋଇଛି l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସମସ୍ତ ପ୍ରକଳ୍ପ କାମ କନିଷ୍ଠ ଯନ୍ତ୍ରୀ ମାନେ ନିଜ ନିଜ ନାମରେ କରି ସରକାରୀ ଅନୁଦାନ କୁ ଚଳୁ କରିଛନ୍ତି l କିଛି ଦିନ ତଳେ ବୁଲବୁଲ କେଲଙ୍କାରୀ ପାଇଁ ଯାଜପୁର ଜିଲ୍ଲାପାଳ ଦୁଇ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ l ବରୀ ବ୍ଲକର ଅଙ୍ଗlଳ,ମଧୁସୂଦନପୁର,ବରୀ, ଧାରପୁର, କଳା ମାଟିଆ, ଚନ୍ଦନପୁର, ସେରପୁର, ଆଦି ପଂଚାୟତ ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆଜି ଭାରତୀ ବେହେରା ଅଭିଯୋଗ କରିଛନ୍ତି l ପ୍ରକାଶ ଥାଉକି ସମସ୍ତ ଅଭିଯୋଗ ର ସଠିକ ତଦନ୍ତ କରାଗଲେ ଶାସକ ଦଳର ବରିଷ୍ଠ ନେତା,ଯନ୍ତ୍ରୀ,ଓ ଠିକାଦାର ମାନଙ୍କ ଅସଲି ଚେହେରା ସାମ୍ନାକୁ ଅଶିଵ ବୋଲି ବରୀ ବ୍ଲକ ପ୍ରାକ୍ତନ ଅଧକ୍ଷା ଭାରତୀ ବେହେରା କହିଛନ୍ତି l (ଯାଜପୁର ବରୀ ରୁ ରମେଶ ଦ୍ବିବେଦୀ ଙ୍କ ରିପୋର୍ଟ)