ସାଲେପୁର ( ସଂଘର୍ଷ ମିଡିଆ ) : ସାଲେପୁର ତହସିଲ ଅଧିନରେ ଥିବା ରାମେଶ୍ଵର ପଞ୍ଚାୟତର ସାବିଜିପୁର ଗ୍ରାମର ୧ନଂ C କେନାଲ ଉପରେ ଗୃହ ନିର୍ମାଣ କରି ଲକ୍ଷ୍ମୀଧର ସାମଲ ଦୁଗ୍ଧ ସଂଗ୍ରହ କେନ୍ଦ୍ରକୁ ଚଳାଉଥିବା ବେଳେ ପ୍ରଶାସନ ପକ୍ଷରୁ ଭାଙ୍ଗି ଦେବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏହି କେନାଲ କଡ଼ରେ ବହୁ ଲୋକ ଘର କରିଥିଲେ ମଧ୍ୟ ଆକ୍ରୋଶ ମୂଳକ ଭାବେ ଭାବେ ଭାଙ୍ଗି ଦେବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ର ଏଭଳି ବୈମାତୃକ ମନୋଭାବକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି।