କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଥାନା ବ୍ରିଟିଶ ଅମଳର ଥାନା।ନିଆଳି ନିର୍ବାଚନ ମଣ୍ଡଳୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଭିମନ୍ୟୁ ସଂଗଠନ ତରଫରୁ 2014 ମସିହାରେ ତିନି ଦଫା ଦାବି ନେଇ ଗୋବିନ୍ଦପୁର ଥାନା ଆଗରେ ତିନିଦିନ ଧରି ଧାରଣାରେ ବସିଥିଲେ। ଶିଶୁ ମହିଳା ଡେସ୍କ, ଥାନାର ଗୃହ ନିର୍ମାଣ ଓ IIC ନିଯୁକ୍ତି।ଦୀର୍ଘଦିନ ପରେ ଏହି ଦାବି ସଫଳ ହୋଇଥିବାରୁ ଅଭିମନ୍ୟୁ ସଂଗଠନ ର ଆବାହକ ଅଭିମନ୍ୟୁ ମଲ୍ଲିକ ପୋଲିସ ପ୍ରଶାସନ ଓ ଗ୍ରାମାଞ୍ଚଳ SPଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀଯୁକ୍ତ ଅନାମ ଚରଣ ନାୟକ ନୂତନ କରି ଥାନାରେ IIC ଭାବେ ଯୋଗ ଦେଇଛନ୍ତି।ଏହା ପୂର୍ବରୁ ସେ ନିଆଳି ଓ ଓଲଟପୁର ଥାନାରେ ଏସଆଇ ରୂପେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି।ଅଭିମନ୍ୟୁ ମଲ୍ଲିକଙ୍କ କହିବକଥା ଶ୍ରୀଯୁକ୍ତ ନାୟକ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହିତ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସଙ୍କ ରିପୋର୍ଟ ।