ଦିବଂଗତ ଧରଣୀଧର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

66

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହୀ ପଞ୍ଚାୟତର  ଜନନେତା, ପ୍ରାକ୍ତନ ସରପଞ୍ଚ,ସମାଜସେବୀ ତଥା ଶିକ୍ଷାବିତ ଧରଣୀଧର ଦାସଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କରୋନା କଟକଣାକୁ ପ୍ରାଧାନ୍ୟ ଦେଇ ଆୟୋଜିତ ହୋଇଯାଇଛି l ଏହି ସଭାରେ ବହୁ ସମାଜସେବୀ, ଶିକ୍ଷାବିତ, ସ୍ବର୍ଗତ ଦାସଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ “ସତ୍ୟନିଷ୍ଠ କର୍ମଯୋଗୀ ଦିବ୍ୟାତ୍ମା ଧରଣୀଧର”ପୁସ୍ତକ ଟିକୁ ଉନ୍ନ୍ମୋଚିତ କରିଥିଲେ l  ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଗଦାଧର ମଲ୍ଲିକ, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ସ୍ବର୍ଗତ ଦାସଙ୍କ ଜୀବନକାହାଣୀ ବଖାଣିଥିଲେ l ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ଦିବଂଗତ ଦାସଙ୍କ ଉଦ୍ୟମରେ ଅମୃତମଣୋହୀରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠୁ ଆରମ୍ଭ କରି ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଅଣ୍ଡରାରେ ଉଷାଦେବୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ବଲୁରିଆ ବିଦ୍ୟାଳୟର ପ୍ରତିଷ୍ଠା ସଦସ୍ୟ, ବ୍ରାହ୍ମଣୀ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ଭାବେ ପରିଗଣିତ ହୋଇଥିବାବେଳେ ଆଜି ତାଙ୍କରି ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ମିଷ୍ଟଭାସି, ମେଳାପୀ, ପରୋପକାରୀ ଧରଣୀଧର ଦାସଙ୍କୁ ପ୍ରଶଂସା କରିବା ସହ ଏହି ଭଳି ମହାନ କାର୍ଯ୍ୟ ଲାଗି ପୁରା ଧୋଆଅଞ୍ଚଳର ଲୋକମାନସରେ  ଚିର ଅମରହୋଇ ରହିବେ ବୋଲି ମତପ୍ରକାଶ କରିଥିଲେ l (ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ )

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More