ଦଳିତ ପରିବାରକୁ ବେଘର କଲା ଆଳି ପ୍ରଶାସନ

44

Get real time updates directly on you device, subscribe now.

ଆଳି ( ସଂଘର୍ଷ ମିଡିଆ ) : ଆଳି ପତ୍ରପୁର ପଞ୍ଚାୟତର ରାହାସରପୁର ଗ୍ରାମରେ ଦୀର୍ଘ 40ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଭରତ ମଳିକଙ୍କ ପରିବାର ସରକାରଙ୍କ ଅନାବାଦୀ ଗୋଚର ଜମିରେ ବାସଗୃହ କରି ରହିଆସୁଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ତା 23/04/2021ରିଖ ଶୁକ୍ରବାର ଦିନ ଦିବା ୧୧ ଟା ସମୟରେ ଆଳି ତହସିଲଦାର ତପନ କୁମାର ସେନାପତି ଓ ଆଳି IIC ସଲିଳ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନର ଏକ ଟିମ ଆସି ଜେସିବି ଲଗାଇ ଦଳିତ ପରିବାର ରହୁଥିବା ବାସଗୃହ (ନଡା ଛପର ୨ ବଖରା, ଆଜବେଷ୍ଟସ ୨ ବଖରା ଘର ଓ ପାର୍ଶ୍ୱରେ ଥିବା ୨0ଟି ବଡ଼ ଛୋଟ ଗଛ ମଧ୍ୟ ଭାଙ୍ଗିତାଡି ଫୋପାଡ଼ିଦେଇଥିଲେ । ଦୈବଦୁର୍ବିପାକ ଠାରୁ ସବୁ ସମୟରେ ସରକାର ଦଳିତ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ଯୋଜନାମାନ କରୁଥିଲେ ମଧ୍ୟ ଆଜି ରାହାସରପୁର ଗାଁର ଥିବା ଏହି ଦଳିତ ପରିବାରକୁ ପ୍ରଶାସନ ବେଘର କରିଥିବାରୁ ଏଠି ସରକାରଙ୍କ ଆଭିମୁଖ୍ୟ ଉପରେ ସାଧାରଣ ଲୋକେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । କରୋନାର ୨ୟ ଲହରୀର ଭୟାଵହତା ଓ ଉଦୁଉଦିଆ ଖରାବେଳ ସମୟରେ ପ୍ରଶାସନ ଏ ଦଳିତ ପରିବାରକୁ ଥଇଥାନ ନ କରାଇ ଉଦେଶ୍ୟମୂଳକ ଭାବେ ବାସଗୃହ ଭାଙ୍ଗିବା ଅତି ନିନ୍ଦନୀୟ ଘଟଣା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଭରତ ମଳିକ ରହିଆସୁଥିବା ଅନାବାଦୀ ଜାଗାକୁ ଲାଗି ଅନ୍ୟଜଣେ ପ୍ରଭାବଶାଳୀ ବ୍ୟକ୍ତିର ଜମି ଥିବାରୁ ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରରୋଚନାରେ ସ୍ଥାନୀୟ ପ୍ରଶାସନ ଏଭଳି କାର୍ଯ୍ୟ କରିଥିବା ଭରତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରଶାସନର ଘରଭଙ୍ଗା ସମୟରେ ଭରତ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଏଵେ ଦେଖିବାକୁ ବାକିରହିଲା ଖବର ପ୍ରସାରଣ ପରେ ଭରତ ଯେଉଁ ନବୀନ ସରକାରଙ୍କ ଗୁଣଗାନ କରୁଥିଲେ ସେ ସରକାର ଓ ସ୍ଥାନୀୟ ପ୍ରଶାସନ ଭରତ ମଳିକଙ୍କ ପରିବାରକୁ କିଭଳି ସାହାଯ୍ୟର ହାତ ବଢ଼ାଉଛନ୍ତି ନା କଳା ପାଲ ଖଣ୍ଡେ ଦେଇ ଶାନ୍ତି କରାଉଛନ୍ତି । (ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ )

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More