ବରଗଡ ( ସଂଘର୍ଷ ମିଡିଆ ) : ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଖଳିଆମୁଣ୍ଡା ଗାଁରେ ଏକ ଦନ୍ତାହାତୀ ଆକ୍ରମଣରେ ଲାଦୁ ବଢେଇଙ୍କ ସହ ଏକ ଗାଈ ମୃତ ହୋଇଛି। ଏହା ଏ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏହି ଘଟଣା ପ୍ରସାରିତ ହେବା ପରେ ଘେଁସ ରେଞ୍ଜ ର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ଅଧିକାରୀ ମାନେ ଦନ୍ତା ହାତୀକୁ ଜଗି ରହିଛନ୍ତି। ଯେପରି କୌଣସି ଅଘଟଣ ନ ଘଟେ ପଥଚାରୀ ମାନଙ୍କ ଉପରେ। ଲାଦୁ ବଢେଇ ସକାଳୁ ସକାଳୁ ତାଙ୍କ ସ୍ତ୍ରୀଙ୍କ ସହ ମହୁଲ ଗୋଟେଇବା ପାଇଁ ଯାଇଥିବା ସମୟରେ ଏହି ଦନ୍ତାହାତୀର ଶିକାର ହୋଇଥିଲେ। ପରେ ଏକ ଗାଈକୁ ମଧ୍ୟ ଆକ୍ରମଣ କରିଥିଲା। ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଫରେଷ୍ଟ କର୍ମଚାରୀ ମାନେ ବହୁତ ପରିଶ୍ରମ କରି ହାତୀକୁ ଘୋଉଡାଇ ଥିଲେ। ମୃତ ପରିବାରବର୍ଗଙ୍କୁ ନଗଦ ଦଶ ହଜାର ଟଙ୍କା ଦେଇ ଚାଲିଶ ହଜାର ଟଙ୍କାର ଚେକ ମଧ୍ୟ ଦିଆଯାଇଛି ବନ ବିଭାଗ ତରଫରୁ। ଘେଁସ ରେଞ୍ଜର କର୍ମଚାରୀ ମାନେ ହେଲେ ରେଞ୍ଜର ଗଜେନ୍ଦ୍ର ଏଣ୍ଡଜା, ବିଜେପୁର ଫରେଷ୍ଟର ଗିରିରାଜ କୁମ୍ଭାର,ମେଲଛାମୁଣ୍ଡା ଫରେଷ୍ଟର ରମେଶ ପ୍ରଧାନ,ଦୀପ୍ତିପୁର ଫରେଷ୍ଟର କୈଳାସ ମାଝୀ, ଫରେଷ୍ଟ ଗାର୍ଡ ଅନୁକମ୍ପା ଭୋଇ, ଅଭିଷେକ ସାହୁ, ଶାନ୍ତନୁ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।