ଥାଲାସେମିଆ ରୋଗୀକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଦଶ୍ୟ

43

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : – କେନ୍ଦ୍ରାପଡ଼ାରେ ଏକ ମାନବିକତାର ଜଳନ୍ତା ଉଧାରଣ ସୃଷ୍ଟି କରିପାରିଛନ୍ତି ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଯୁବକମାନେ । ଗତ ରବିବାର ଢୁ ଢୁ ଖରାରେ କଂସାର ଅଞ୍ଚଳର ଜଣେ ବୁଢୀମା ତାର ଥାଲାସେମିଆ ରୋଗରେ ପୀଡିତ ଥିବା ନାତିକୁ ଧରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ରକ୍ତ ଦେବା ପାଇଁ ଆଣିଥିଲେ କିନ୍ତୁ ନାତିର ବ୍ଲଡ଼ ଗ୍ରୁପ ( B+ positive ) ହୋଇଥିବାରୁ ରକ୍ତ ଭଣ୍ଡାରରେ ମିଳିପାରିନଥିଲା ଯାହା ଫଳରେ ଉକ୍ତ ବୃଦ୍ଧା ଜଣକ ପାଖରେ ଥିବା କିଛି ଲୋକଙ୍କ ପାଖରୁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଫୋନ ନମ୍ବର ପାଇଁ କଲ କରିଥିଲେ ଏବଂ ଉକ୍ତ ଅସୁବିଧା ବିଷୟରେ ଜଣାଇଥିଲେ। ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଉକ୍ତ ସମସ୍ୟା ବିଷୟରେ ଜାଣିବା ପରେ ସାହାଯ୍ୟ ପାଇଁ ଧାଇଁ ଆସିଥିଲେ ଏବଂ ସେହି ରକ୍ତ ଗ୍ରୁପର ଜଣେ ଯୁବକୁକୁ ଆଣି ପିଲାଟିର ଜୀବନ ବଞ୍ଚାଇଥିବାର ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ାରୁ ବଳରାମ ବେହେରାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More