ତେଲ ବୋଝେଇ ପିକଅଫ ଭ୍ୟାନ ଓଲଟି ଚାଳକ ଗୁରୁତର

66

Get real time updates directly on you device, subscribe now.

ଭଞ୍ଜନଗର( ସଂଘର୍ଷ ମିଡିଆ ) :-ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଚ୍ଛା ନିକଟରେ ଏକ ତେଲ ବୋଝେଇ ପିକଅଫ ଭ୍ୟାନ ଓଲଟି ଚାଳକ ଗୁରୁତର ।  ଗୁରୁତର ଚାଳକ ସାଗର କୁମାର ମଲ୍ଲିକ। ମିଳିଥିବା ସୂଚନା ମୁତାବକ ଫିକଅଫ ଭ୍ୟାନଟି ବ୍ରହ୍ମପୁର ରୁ ଦାରିଙ୍ଗବାଡି ଅଭିମୁଖେ ଖାଇବା ତେଲ ପ୍ୟାକେଟ ଧରି ଯାଉଥିବା ସମୟରେ ଗୋଚ୍ଛା ନିକଟରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡା ମେଡ଼ିକାଲ ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆ ଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ବ୍ରହ୍ମପୁର  ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More