ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2024ତୃତୀୟ ଦିନରେ ଆୟୋଜିତ ହୋଇଯାଇଛି। ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଉପସଭାପତି ଡକ୍ଟର ଡି ଏନ୍ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏ ରାମ ପ୍ରସାଦ ପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତୁଷାର ରଞ୍ଜନ ସାହୁ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ I ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏ ରାମ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ବେଳେ ଗୁମ୍ମା ଗୋଷ୍ଠୀ କୃଷି ଅଧିକାରୀ ନାରାୟଣ ଚାନ୍ଦ୍ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କୃଷି ମେଳାରେ ବିଭିନ୍ନ ବ୍ଲକର ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ।।ଏହି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କରିଥିବା ଯୋଜନା ଗୁଡିକ ପାଇ ଚାଷି ଉପକୃତ ହୋଇପାରିବେ। ଯନ୍ତ୍ରପାତି ଗୁଡିକ ରିହାତି ଦରରେ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା, କୃଷି ଓ ଅଣ ସଂଗଠିତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ରହିଛି।ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଳକର କୃଷି ଅଧିକାରୀ ମାନେ ପରିଚାଳନା କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରା ।