ତାଳପଦର ମଣ୍ଡି ପାଇଁ ଦାବୀ ଯୋର ଧରିଛି , ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

41

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : -କଳାହାଣ୍ଡି ଜିଲ୍ଲା-ଜୁନାଗଡ଼ ବ୍ଲକ , ଦାସିଗାଁ ପେକ୍ସ ଅନ୍ତର୍ଗତ ତାଳପଦର ଗ୍ରାମରେ କିଛି ବର୍ଷ ହେବ ଧାନ ମଣ୍ଡି ନିୟମିତ ଚାଲିଆସୁଥିଲା , ଫଳରେ ଚାଷୀମାନେ ନିକଟରେ ଧାନ ମଣ୍ଡି ଥିବାରୁ ବିକ୍ରୀବଟା କରିବାରେ କୌଣସି ଅସୁବିଧାର ସମ୍ମୁଖିନ ହେଉନଥିଲା ।: କିନ୍ତୁ ଚଳିତ ବର୍ଷ ଏହି ଧାନ ମଣ୍ଡିକୁ ବନ୍ଦ କରି ଦିଆଯାଇ ଏଠାରୁ ପ୍ରାୟ ୧୦ କିଲୋମିଟର ଦୂର ଦାସିଗାଁ ମଣ୍ଡିରେ ଧାନ ବିକ୍ରୟ ନିମନ୍ତେ ଧାର୍ଯ୍ୟ କରାଯାଇଛି । ଯଦ୍ୱାରା ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀମାନେ ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବାରୁ ପରବର୍ତ୍ତୀ ସମୟରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି – ଗୌର ହରି ବାଗ,ଟିକଚନ୍ଦ ବାଗ , କମଳ କାନ୍ତ ବାଗ , ଅଜିତ କୁମାର ପଣ୍ଡା , ବାରୁ ସୁନାନୀ , ବଳଭଦ୍ର କଣ୍ଟା ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ପ୍ରଶାସନ ଏଦିଗରେ ବେଳ ଥାଉ ଥାଉ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏକ ବଡ ଧରଣର ଚାଷୀ ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More