ଢୁଲୁଘାଟି ନିର୍ମାଣକୁ ନେଇ ଲୋକେ ଆଶ୍ୱସ୍ତ, ଜୟପାଟଣା ଓ ନବରଙ୍ଗପୁର ଜିଲ୍ଲାର ଲାଇଫ ଲାଇନ ନେଇ ଆଶାବାଦୀ

50

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : – ବର୍ଷ ବର୍ଷ ଧରି ବିକାଶର ସ୍ବପ୍ନ ଦେଖି ଆସିଥିବା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଲୋକଙ୍କ ପାଇଁ ଯାତାୟାତ କ୍ଷେତ୍ରରେ ସମସ୍ୟା ଦୂର ହେବ । ଶହ ଶହ ବର୍ଷ ଧରି ଲୋକଙ୍କ ଆଶା ଓ ଆଶ୍ୱାସନା ସାଙ୍ଗରେ ନିବିଡ଼ତା ରଖିଥିବା ଢୁଲୁଘାଟି ର ରାସ୍ତା ନିର୍ମାଣ ହେଉଛି। ଲୋକଙ୍କ ବାରମ୍ବାର ଦାବି କ୍ରମେ ତିନି କିମି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ କାର୍ଯ୍ୟ ଆରମ୍ଭ ହୋଇଛି। ଭବାନୀପାଟଣା ପୂର୍ତ୍ତି ବିଭାଗ ପକ୍ଷରୁ ଏହା ନିର୍ମାଣ ହେଉଥିବା ବେଳେ ଦୁଇ ଜିଲ୍ଲା ମଧ୍ୟରେ ଏହା ଲାଇଫ ଲାଇନ ହେବ ବୋଲି ଆଶା କରାଯାଉଛି।ଜୟପାଟଣା ଓ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଧନସୁଲି ଗ୍ରାମପଞ୍ଚାୟତର ଢୁଲୁଘାଟି ସ୍ୱାଧୀନତାର ବହୁ ବର୍ଷ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଜଡିତ ଥିଲା ।କିନ୍ତୁ ଘାଟି ରାସ୍ତା ଶୋଚନୀୟ ଯୋଗୁଁ ଲୋକେ ବର୍ଷସାରା ନାହିଁନଥିବା ଅସୁବିଧାର ସମୁଖୀନ ହେଉଥିଲେ।ବର୍ତ୍ତମାନ ରାସ୍ତା ନିର୍ମାଣ ଯୋଗୁଁ ଲୋକଙ୍କ ମନରେ ନୂଆ ସ୍ୱପ୍ନ ଗଢି ଉଠିବା ସହ ଖୁସି ଦେଖିବାକୁ ମିଳିଛି।ଘଣ୍ଟା ଘଣ୍ଟା ପରିଶ୍ରମ କରି ବିପଦ ସଂକୁଳ ଅବସ୍ଥାରେ ଯେଉଁ ରାସ୍ତା ଲୋକଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରୁଥିଲା , ଆଜି ତାହାର ସମାଧାନ ହୋଇଛି । ଲୋକେ କେଇ ମିନିଟରେ ଘାଟି ଟିକୁ ସହଜରେ ଓଲ୍ଲାଉ ଥିବା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ଲୋକେ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । କିନ୍ତୁ ରାସ୍ତା ପାର୍ଶ୍ଵ ରେ ଡ୍ରେନ ଓ ଗାଡ଼ୱାଲ ର ଆବଶ୍ୟକ ରହିଛି । ନହେଲେ ବର୍ଷା ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ରାସ୍ତା ଧୋଇଯିବାର ଆଶଂକା ରହିଛି। ଏଣୁ ସ୍ଥାନୀୟ ଲୋକେ ଏହା ଶୀଘ୍ର ନିର୍ମାଣ ହେଉବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More