ଡେରିରେ ହେଲେବି ସହାୟତାର ହାତ ବଢାଇଲା ପ୍ରଶାସନ

39

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସମଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବାଛରା ପଞ୍ଚାୟତର ବାଛରା ଗ୍ରାମର ରମାକାନ୍ତ ମଲିକଙ୍କ ସ୍ତ୍ରୀ ଟୁନିଆଁ ମଲିକ ବୟସ 39 ଓ ଝିଅ ଲିପିରାଣି ମଲିକ ବୟସ 14 ବାତ୍ୟା ୟାସ ପରେ ଘର ସଫାସୁତୁରା କରୁଥିବା ବେଳେ ଆହତ ହୋଇଥିବା ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଏବିଷୟରେ ବାଛରା ସରପଞ୍ଚ କହିଛନ୍ତି ଘଟଣା ସ୍ଥଳରେ ମୁଁ ସ୍ଥାନୀୟ ଲୋକପ୍ରତିନିଧି ହିସାବରେ ସର୍ବପ୍ରଥମେ ପହଂଚିବା କଥା କିନ୍ତୁ ଗତ କିଛିଦିନ ତଳେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ଯାଇଥିଲି ତାଙ୍କର ସେଠାରେ ମୃତ୍ୟୁ ହେବାପରେ ମୁଁ ସଂଘରୋଧରେ ରହିଥିଲି l ଅସୁବିଧା ହେତୁ ପିଡିତାଙ୍କ ପରିବାର ଲୋକମାନଙ୍କୁ ଭେଟିବା ରେ ବିଳମ୍ବ ହୋଇଥିଲେ ମଧ୍ୟ ଆଜି ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀ ପୀଡିତାଙ୍କୁ ଭେଟି ଚାରି ହଜାର ଟଙ୍କା ଯୋଗେଇଦେବା ସହ ପରିବାରକୁ ୨ଖଣ୍ଡ ଜରିପାଲ ପ୍ରଦାନ କରିଥିବା ନଜର ଆସିଥିଲା l ଅନ୍ୟପଟେ ସରପଞ୍ଚ ସମିର ପ୍ରଧାନ ଭାଙ୍ଗିଯାଇଥିବା ପରିବାରଙ୍କୁ ବାଛରା ପଞ୍ଚାୟତ ଗୃହରେ ରହିବାପାଇଁ ପରାମର୍ଶ ଦେଇଥିଲେ ଓ ନିଜ ପକେଟରୁ କିଛି ଆର୍ଥିକ ରାଶି ପ୍ରଦାନ କରିଥିଲେ। ଅନ୍ୟପଟେ ରମାକାନ୍ତ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ମୋ କୁଡିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ଦେଖିବା ସହିତ ଲେଖି ନେଇଥିଲେ। ପ୍ରଶାସନର ଏଭଳି କାର୍ଯ୍ୟ ପାଇଁ ଖିସି ହୋଇଥିବା ରମାକାନ୍ତ ମଲିକ ପ୍ରକାଶ କରିଛନ୍ତି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More