ଡାବୁଗାଁ ମା ଗୃହକୁ ପରିଦର୍ଶନରେ ଆସିଲେ ମା ଗୃହର ଅଧ୍ଯକ୍ଷ ଡାଃ ଜୀବନ କୁମାର ଦିକ୍ଷିତ

23

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : |ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଥିବା ରାଜ୍ୟ ରାଜପଥ-୩୯ ପାର୍ଶ୍ଵରେ ମା ଗୃହ କୁ ପରିଦର୍ଶନରେ ଆସିଥିଲେ ମା ଗୃହର ଅଧ୍ଯକ୍ଷ ଡାଃ ଜୀବନ କୁମାର ଦିକ୍ଷିତ l ଉକ୍ତ ଗୃହକୁ ଗର୍ଭବତୀ ମହିଳା ପ୍ରସୂତି ହେବାର ୧୫ ଦିନ ପୂର୍ବରୁ ଆସନ୍ତି, କର୍ମଚାରୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଖାଇବା, ରହିବା ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ତାନ ଜନ୍ମ ହେବା ପରେ ସୁସ୍ଥ ହେବା ପରେ ଘରକୁ ଯାଇ ଥାଆନ୍ତି l ଆଜି ମା ଗୃହରେ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରୁ ଅଧ୍ୟକ୍ଷ ଶ୍ରୀ ଦିକ୍ଷିତ ଓ ମୁଖ୍ୟ କାର୍ଯ୍ୟାଳୟର ଅର୍ଥ ପରିଚାଳକ ଭକ୍ତ ପ୍ରସାଦ ସ୍ଵାଇଁ ପହଁଞ୍ଚି ମା ଗୃହର ପରିଚାଳନା ଓ ଗର୍ଭବତୀ ମହିଳା ବର୍ତ୍ତମାନ ଥିବା ଛ’ ଜଣଙ୍କୁ ପଚରା ଉଚରା କରି ଏଠାରେ ରହିବା କେମିତି ଲାଗୁଛି ପଚାରି ଆତ୍ମ ତୃପ୍ତି ଲାଭ କରିଥିଲେ l ଏଠାରେ ଥିବା ସମସ୍ତ କର୍ମଚାରୀ ମା ଗୃହ ର ପ୍ରକଳ୍ପ ସଂଯୋଜିକା ନମିତା କୁମାରୀ କୁଶ,ଶାନ୍ତି ଭଣ୍ଡାରି, କାମକଲା ଭତ୍ରl, ବିମଳା ଟାକ୍ରୀ ଓ ରୋଷେଇଆ ସରା ଜାନୀ ପ୍ରମୁଖଙ୍କ ପ୍ରଚେଷ୍ଟାରେ ସୁନ୍ଦର ପରିଚାଳନାରେ ଗର୍ଭବତୀ ମହିଳାମାନେ ଖୁସିରେ ରହି ନିରାପଦ ପ୍ରସବ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଇ ରୋଗ ମୁକ୍ତ କରିବାରେ ପ୍ରମୂଖ ଭୂମିକା ସମ୍ପାଦନା କରିଥାଅନ୍ତି l ଆଜି ମାତୃ ଦିବସ ଥିବାରୁ ଅଧ୍ୟକ୍ଷ ଙ୍କ ସହ ସମସ୍ତ କର୍ମଚାରୀ ଓ ଗର୍ଭବତୀ ମା ମାନଙ୍କ ସହିତ କେକ କାଟି ମାତୃ ଦିବସ ମହା ସମାରୋହରେ ପାଳିତ କରିଥିଲେ l ଯିବା ପୂର୍ବରୁ ଅଧ୍ୟକ୍ଷ ସମସ୍ତ ଗର୍ଭବତୀ ମା ମାନଙ୍କୁ ଏଠାରେ ଅସୁବିଧା ହେଲେ ତାଙ୍କୁ ଜଣାଇବାକୁ କହିଥିଲେ l ଏଠାର କର୍ମଚାରୀଙ୍କ ଦ୍ଵାରା ଅସୁବିଧା ହେବାର ପ୍ରଶ୍ନ ଉଠୁନାହିଁ l ମୋଟରେ ସମସ୍ତେ ଖୁବ୍ ଖୁସିରେ ରହୁଛନ୍ତି l ଏହି ମା ଗୃହ ରହି ଥିବାରୁ ଆଦିବାସୀ ମହିଳା ମାନେ ସୁଖରେ ପ୍ରସବ କରି ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାଅନ୍ତି l ଏଠାରେ ଏପରି ମା ଗୃହ ଥିବାରୁ ସବୁରି ମୁହଁରେ ପ୍ରଶଂଶନୀୟ ହୋଇ ଉଠିଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More