ଡାବୁଗାଁ ପଞ୍ଚାୟତ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଉଦ୍ୟାନ, ଖାଉଟି କଲ୍ୟାଣ, ମଙ୍ଗଳ ବିଭାଗ, ବିଦ୍ୟୁତ, ଜଳ ଓ ପରିମଳ, ବନ ବିଭାଗ, ମୃତ୍ତିକା ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉନ୍ନୟନ ଓ ଏମଜିଏନଆରଇଜିଏ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏଥିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକ ସମୟରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଠିକ ସମୟରେ ମିଳୁନାହିଁ, ପ୍ରସବ ପାଇଁ ଆସିଥିବା ଗର୍ଭବତୀ ମହିଳା ଓ ତାଙ୍କ ସହ ଆସିଥିବା ମହିଳା ମାନଙ୍କୁ ଜନୈକ ସ୍ୱାସ୍ଥ୍ୟ ସେବିକା ଖରାପ ବ୍ୟବହାର ଦେଖାଉଥିବା ସରପଞ୍ଚ ମାନେ ଅଭିଯୋଗ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଲାବୋଟେରୀ ଟେକ୍ନିସିଆନ ପ୍ରତିଦିନ ପୂର୍ବାହ୍ନ ୧୧ ଘ. ରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି ଯାହାଦ୍ୱାରା ସକଳ ୮ ଘ. ସମୟରୁ ରୋଗୀ ରକ୍ତ ପରୀକ୍ଷା ପାଇଁ ଅପେକ୍ଷା କରୁଛନ୍ତି ଓ ଡେରିରେ ଆସିବା ପରେ ଅପେକ୍ଷା କରିଥିବା ରୋଗୀ ମାନଙ୍କୁ ଖରାପ ବ୍ୟବହାର କରି କାଲିକି ଆସ କହି ଫେରାଇ ଦେବା ସହ ବାହାରେ ରକ୍ତ ପରୀକ୍ଷା କରିବାକୁ କହୁଛନ୍ତି ବୋଲି ଅଞ୍ଚଳା, ଜୁନାପାଣି, ଘୋଡାଖୁଣ୍ଟା ଓ ସମସ୍ତ ସରପଞ୍ଚ ମାନେ ଅଭିଯୋଗ କରିଥିଲେ | ଏଥିରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିନିଧି କହିଥିଲେ ଯେ ସମସ୍ତ ଅଭିଯୋଗ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟ।ନୁଷ୍ଠାନ ନିଆଯିବ ବୋଲି କହିଥିଲେ | ଏହା ସହ ଏମଜିଏନଆରଇଜିଏ ଯୋଜନାରେ ବିଭିନ୍ନ ପଞ୍ଚାୟତରେ ପଲ୍ଲୀସଭା ଓ ଗ୍ରାମ ସଭାରେ ଅନୁମୋଦନ ହୋଇଥିବା ପ୍ରକଳ୍ପ ଗୁଡିକ ଯଥା:- ଜମି ମରାମତି ଓ ଗାଈ ଗୁହାଳ ଆଦି ପ୍ରକଳ୍ପ ବ୍ଲକ କାର୍ଯ୍ୟ|ଳୟ କୁ ଆସି ଅଟକି ଯାଉଛି | ପଞ୍ଚାୟତ ସମିତି କାର୍ଯ୍ୟ|ଳୟ ରେ ପଚାରିଲେ ଜିଲ୍ଲା ପରିଷଦକୁ ଅନୁମୋଦନ ପାଇଁ ପଠାଯାଇଛି | କିନ୍ତୁ ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପରେ ହୋଇଥିବା ପଲ୍ଲୀସଭା ଓ ଗ୍ରାମସଭାରେ ଅନୁମୋଦିତ ହୋଇଥିବା ପ୍ରକଳ୍ପ ଗୁଡିକ ଜିଲ୍ଲାପରିଷଦ କାର୍ଯ୍ୟ|ଳୟରୁ ଅନୁମୋଦିତ ହୋଇ ପଞ୍ଚାୟତ ସମିତିକୁ ଆସୁନାହିଁ ଓ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କୁ ଅର୍ଥରାଶି ଲାଞ୍ଚ ଦେଲେ ସେହି ପ୍ରକଳ୍ପ ଗୁଡିକ ଅନୁମୋଦନ ହେଉଥିବା ୧୨ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ | ଏହାପରେ ଉକ୍ତ ଘଟଣା ଉପରେ କିପରି ଶୀଘ୍ର ପ୍ରକଳ୍ପ ଗୁଡିକ ଅନୁମୋଦନ ହେବ ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ | ଏଥିରେ ଅନ୍ୟ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ସରକାରଙ୍କ ଜନହିତକାରୀ ଯୋଜନା ଗୁଡିକ ଉପରେ ଜନ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ | ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ସିଡିପିଓ ମିନତୀ ଦାଶ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ଗ୍ରାମପଞ୍ଚାୟତ ଉନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ସ୍ଵାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଜନ ସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀଣୀ ପୁଷ୍ପାଞ୍ଜଳି ସାମଲ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ସଙ୍ଗୀତା ସାମଲ, ମୃତ୍ତିକା ସଂରକ୍ଷଣ ଅଧିଦର୍ଶକ ନିରୋଜ କୁମାର ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ଓ ଦିଲ୍ଲୀପ ଦୀପକ ମିଶ୍ର, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More