ଡାବୁଗାଁରେ ଓଡିଶା ଡ୍ରାଇଭର ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

110

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ର ଏକ ବୈଠକ ସଂଘ ସଭାପତି ସନ୍ତୋଷ ଭତ୍ରାଙ୍କ ଅଧ୍ୟକ୍ଷତାରେ ବ୍ଳକ ଓ ପଞ୍ଚାୟତ କର୍ମକର୍ତ୍ତା ମାନଙ୍କୁ ନେଇ ବନ୍ଧୁ ମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି | ବୈଠକ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପାଖରୁ ନାରିକେଳ ଫୁଟାଇ ଏକ ବିରାଟ ରାଲି ରେ ଆସି ସଭାସ୍ଥଳରେ ପହଁଞ୍ଚି ଥିଲେ l ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଅକ୍ଷୟ ରାଓ, ସମ୍ମାନୀତ ଅତିଥି ଭାବେ ଅଜୟ ସିଂଦାର, ନବରଙ୍ଗପୁର ବ୍ଲକ ସମ୍ପାଦକ ମଧୁସୂଦନ ରାଓ, ତାପସ ମଲ୍ଲିକ ପ୍ରମୁଖ ଜିଲ୍ଲାରେ ଥିବା ସମସ୍ତ ବ୍ଳକ, ପଞ୍ଚାୟତ କର୍ମକର୍ତ୍ତା ଯୋଗ ଦେଇଥିଲେ | ଏହି ବୈଠକ ନିଶାମୁକ୍ତ ଡ୍ରାଇଭର ଗଠନ, ସରକାରଙ୍କ ଠାରୁ ପାଇଥିବା ସରକାରୀ ଯୋଜନା, ସଂଘର ବିଭିନ୍ନ ସମସ୍ୟା ଉପରେ ବ୍ୟାପକ ଆଲୋଚନା ହୋଇଥିଲା | ଜିଲ୍ଲା ସଭାପତି ଶ୍ରୀ ରାଓ ସମସ୍ତ ଡ୍ରାଇଭର ଭାଇ ମାନଙ୍କୁ ପ୍ରତି ପ୍ରତ୍ୟେକ ମନ୍ଦିର ରେ ଫଳ ଗଛ, କଦଳୀ ଗଛ ଓ ରାସ୍ତା କଡରେ ବିଭିନ୍ନ ପ୍ରକାର ଗଛ ଲଗାଇ ଆମ ପରିବେଶକୁ ଭରପୁର ଅମ୍ଳଜାନ ଯୋଗାଇବା ନେଇ ପରାମର୍ଶ ଦେଇଥିଲେ l ଆଗରୁ ଯେପରି ଡ୍ରାଇଭର ବାବୁ, ଡ୍ରାଇଭର ସାହେବ କହୁଥିଲେ, ସେପରି ଫେରାଇ ଆଣିବାକୁ ଚେଷ୍ଟା କରିବେ ବୋଲି ନିଜର ମତ ବ୍ୟକ୍ତ କରିଥିଲେ lଡାବୁଗାଁ ବ୍ଲକର ନୂତନ କମିଟି ଗଠନ କରଯାଇଥିଲା | ଏଥିରେ ସଭାପତି ଭାବେ ସନ୍ତୋଷ ଭତ୍ରା, ଉପସଭାପତି ପି. ଭୈରବ ରାଓ, ସମ୍ପାଦକ ପ୍ରଶାନ୍ତ ପଣ୍ଡା, ସହ ସମ୍ପାଦକ ତ୍ରିନାଥ ଷଡଙ୍ଗୀ, କୋଷାଧ୍ୟକ୍ଷ ଡମ୍ବରୁ ନାୟକ, ଉପଦେଷ୍ଟା ଉତ୍ତମ ପ୍ରଧାନ ଓ ବ୍ଲକ ର ୧୨ ଟି ପଞ୍ଚାୟତ ପାଇଁ ସଭାପତି ଙ୍କୁ ଚୟନ କରାଯାଇଥିଲା | ଡଙ୍ଗରିଗୁଡ଼ା ସଭାପତି ବିଶ୍ବଜିତ୍ ବୈଠlରୁଙ୍କୁ ବଛା ଯାଇଥିଲା l ସମସ୍ତ ନୂତନ କର୍ମକର୍ତ୍ତା ଓ ପୂର୍ବତନ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ପୁଷ୍ପମାଲ୍ଯ ଦେଇ ସ୍ଵାଗତ କରାଯାଇଥିଲା lଡାବୁଗାଁ ବ୍ଲକର ପ୍ରାୟ ୧୦୦ରୁ ଊର୍ଦ୍ଧ୍ଵ ଡ୍ରାଇଭର ମାନେ ଯୋଗଦେଇଥିଲେ | ଜିଲ୍ଲା ସଭାପତି ଶ୍ରୀ ରାଓ ମଞ୍ଚ ପରିଚାଳନା ବେଶ ସୁନ୍ଦର ଭାବେ କରିଥିଲେ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More