ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ

98

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି । ଆଗରପଡା ଥାନା ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ପ୍ରସବ ପାଇଁ ତାଙ୍କୁ ଭଦ୍ରକ ମେଡିକାଲକୁ ସାରିଥିଲେ । ରବିବାର ରାତିରେ ମହିଳାଙ୍କୁ ଓଟିକୁ ନେଇ ପୁଣି ବାହାର କରିଦିଆଯାଇଥିଲା । ବାରମ୍ବାର ପ୍ରସବ ଯନ୍ତ୍ରଣା ହେଉଥିଲେ ମଧ୍ୟ ତାଙ୍କୁ କୌଣସି ଚିକିତ୍ସା କରାନଯିବାରୁ ପ୍ରସୁତିଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୁପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଡାକ୍ତର ଓ ନର୍ସଙ୍କୁ ଗିରଫ ନକଲେ ମୃତଦେହ ନେବେ ନାହିଁ ବୋଲି ଅଡ଼ି ବସିଛନ୍ତି ପରିବାର ଲୋକେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More