ପୁରୀ(ସଂଘର୍ଷ ମିଡିଆ) : – ଆଜି ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଡ଼ିମିରିସେଣା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଈ 12 ଜଣ ଛାତ୍ର ଅସୁସ୍ଥ ହେବା ଘଟଣାକୁ ଆପ ପୁରୀ ଦୃଢ଼ ରୂପେ ନିନ୍ଦା କରୁଛୁ । ଏପରି ଘଟଣା ଏଇ କିଛି ଦିନ ତଳେ ଆମେ ଦେଖିଥିଲେ ଯେ ଖାଇବାରେ ପୋକ ବାହାରୁଛନ୍ତି । ବ୍ରହ୍ମଗିରି, ସତ୍ୟବାଦୀ, କଣାସ ସେ ଘଟଣା ଆମେ CWC ର ମୁଖ୍ୟଙ୍କୁ ଜଣେଇଥିଲୁ । ସେ ମଧ୍ୟ ପ୍ରତିଶୃତି ଦେଇଥିଲେ ଯେ ଏ ଘଟଣାର ତଦନ୍ତ ହେବ । ତଦନ୍ତ ରିପୋର୍ଟ ନ ଅସୁଣୁ ଆଜିର ଘଟଣା ଆପ ମୁଖ୍ୟ ନିଶିକାନ୍ତ ମହାପାତ୍ରଙ୍କୁ ବ୍ୟତିଥ କରିଛି ।ବାରମ୍ବାର ପୁରୀରେ ଏ ଘଟଣା କାହିଁକି ଘଟୁଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାମ କଣ ଆଉ ସେ କେତେ ସ୍କୁଲ ପରିଦର୍ଶନ କରୁଛନ୍ତି । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଚୁପ ହେଇ ବସିଯିବା ଘଟଣାକୁ ଆପ ସହଜରେ ଗ୍ରହଣ କରିପାରୁନାହିଁ । କିଏ ଖାଦ୍ୟ ଯୋଗାଉଛି, ସେ ସଂସ୍ଥା ଠିକ ସେ କାମ କରୁଛି କି ନାହିଁ ଏହାର ତଦନ୍ତ ହେବା ଦରକାର. ବାରମ୍ବାର ଏମିତି ଘଟଣା ହେବା ଦ୍ୱାରା ଆମେ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛୁ ଯେ ଆପଣ ଶିକ୍ଷାଧିକାରୀଙ୍କୁ ତୁରନ୍ତ ବଦଳି କରନ୍ତୁ ଓ ଆପ ପୁରୀ cwc chairman ଙ୍କ ଇସ୍ତଫା ଦାବୀ କରୁଛୁ । ଏପରି ଘଟଣାକୁ ଅତି ସମ୍ବେଦନଶୀଳ ରୂପେ ନେବାକୁ ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ । ନଚେତ ଆପ ଆଗାମୀ ଦିନରେ ପୁରୀରେ ଶିକ୍ଷା ମନ୍ତୀଙ୍କୁ ବିରୋଧ କରିବ ।
Get real time updates directly on you device, subscribe now.