କଳାହାଣ୍ଡି ( ସଂଘର୍ଷ ମିଡିଆ ) :- କଳାହାଣ୍ଡି ଜିଲ୍ଲା- କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ୯ ବର୍ଷର ଶିଶୁ ନବୀନ ପରl ଭୋଇ ଜୀବନ ସହ ସଂଗ୍ରାମ କରୁଛି l ବାପା ଜଗନ୍ନାଥ ପରlଭୋଇ (38) ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିବା ବେଲେ ତାଙ୍କ ସ୍ତ୍ରୀ ରାଏମତି ପରlଭୋଇ (35) ପରିବାର ଜଂଜାଳ ସହୁଛନ୍ତି l ଏହି ଗରିବ ପରିବାରକୁ ଦେଖୁ ଦେଖୁ ପୁଅ ଉପରେ ହଠାତ ବିପଦ ପଡିଛି l ସୂଚନା ମୁତାବକ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ନବୀନ ସାଙ୍ଗସାଥି ସହ ଖେଳି ଯାଇ ତଳେ ପଡ଼ି ଯାଇଥିଲା l ଯାହା ଫଳରେ ପେଟ ଓ ଜଙ୍ଘରେ ମାଡ ହୋଇଥିଲା l କିନ୍ତୁ ନବୀନ ଏସବୁକୁ ଘରେ ନକହି ଲୁଚାଇ ରଖିଲା l ଧୀରେ ଧୀରେ ଯନ୍ତ୍ରଣା ବଢ଼ି ଚାଲିବା ପରେ ବାଧ୍ୟ ହୋଇ ମା କୁ କହିଲା l ପ୍ରାୟ ପନ୍ଦର ଦିନ ପରେ ମା ରାଏମତି ପୁଅ କୁ ଧରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ l ରୋଗୀ ର ପରିସ୍ଥିତି ମୁତାବକ ତାକୁ ଡାକ୍ତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦେଇଥିଲେ l ସେଠାରୁ ପୁଣି ତାକୁ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରିବାରୁ ଫେବୃଆରୀ ୮ ତାରିଖରେରେ ବୁର୍ଲା ଭିମସାର ହସ୍ପିଟାଲରେ ଭର୍ତି କରିଥିଲେ l ସେଠାରେ ରୋଗୀ କୁ ଦୀର୍ଘ ୧ ମାସ ଧରି ଚିକିତ୍ସା କରାଯାଇଥିଲା l ପେଟ ଏବଂ ଜଙ୍ଘର ଚାରୋଟି ସ୍ଥାନରେ ଅସ୍ତ୍ରୋପଚାର କରାଯାଇ ଚିକିତ୍ସା କରାଯାଇଥିବା ରୋଗୀର ମା କହିଛନ୍ତି l ଅସ୍ତ୍ରୋପଚାର ପରେ ମଧ୍ୟ ଦେହ ସଙ୍କଟାପନ୍ନ ରହିଛି l ଏଣୁ ବୁର୍ଲା ଡାକ୍ତର ରୋଗୀକୁ ଏକ ବିଦ୍ୟୁତ ଚlଳିତ ମେସିନ ଏକୁସିଓରରେ ରଖିବାକୁ ପରାମର୍ଶ ଦେଇଥିବା ମଧ୍ୟ କହିଛନ୍ତି l ଚଳିତ ମାସ ୨ ତାରିଖ ରେ ବୁର୍ଲାରୁ ରୋଗୀକୁ ଡିସ୍ଚାର୍ଜ କରାଯିବାରୁ ଘରକୁ ଆଣି ରଖାଯାଇଛି l ବର୍ତମାନ ରୋଗୀ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇ ପଡ଼ିରହିଛି l କିନ୍ତୁ ଦୁଃଖର ବିଷୟ ଯେ ନିଜ ଘରେ ବିଦ୍ୟୁତ ନ ଥିବାରୁ ଏକୁସିଓର ମେସିନ କୌଣସି କାର୍ଯ୍ୟରେ ଆସୁନାହିଁ l ରୋଗୀ ପାଇଁ ଏହା ଏକ ବିପଦ ସୃଷ୍ଟି କରିଛି l ପ୍ରାୟ ଏକ ମାସ ହେବ ତାଙ୍କ ପଡା ଅନ୍ଧାରରେ ରହିଛି l ବିଦ୍ୟୁତ ସରବରାହ ବନ୍ଦ ରହିଛି l ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯିବାପରେ ବିଦ୍ୟୁତ ବିଭ୍ରାଟ ରହିଛି ଏବଂ ବିଦ୍ୟୁତ ବିଭାଗକୁ ପଡା ବାସି ଅଭିଯୋଗ କରିବାରୁ ବିଦ୍ୟୁତ ବିଲ୍ ପୈଠ କଲେ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଥିବା ପଡାବାସୀ କହିଛନ୍ତି l ଏବେ ବିଦ୍ୟୁତ ନିଷ୍ପାପ ଶିଶୁର ଜୀବନ ସହିତ ଜଡିତ ରହୁଛି l ରୋଗୀକୁ ଏହି ମେସିନରେ ସବୁବେଳେ ରଖିଥିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ହେଁ ବିଦ୍ୟୁତ ନ ହେବାରୁ ମେସିନ ଅଚଳ ହୋଇ ପଡ଼ି ରହିଛି l ପୁଅ ର କଷ୍ଟ ସହି ନ ପାରି ମା କୋହଭରା କଣ୍ଠ ରେ ସହାୟତା ପାଇଁ ନିବେଦନ କରିଛନ୍ତି l ନିଜେ କୁଳି ମଜୁରୀ କରି ପରିବାର ପ୍ରତି ପୋଷଣ କରୁଥିବା ବେଳେ ପୁଅ ଶଯ୍ୟାଶାୟୀ ହେବା ପରେ ପୁଅ ପାଖରେ ସମୟ ଦେଉଛି l କାଳକ୍ରମେ ପରିବାର ରେ ଆର୍ଥିକ ଅନାଟନ ଦେଖାଦେଇଛି l ବାପା ଏଭଳି ପରିସ୍ଥିତି ଥିଲେ ମଧ୍ୟ କିଛି ଉପାର୍ଜନ କରି ପୁଅ ର ଚିକିତ୍ସା ପାଇଁ କିଛି ଉପାର୍ଜନ କଲେ ସହାୟକ ହେବ ଭାବି ସେଠାରେ ରହି ଯାଇଛି l ପିତୃ ଅର୍ଜିତ ସମ୍ପତ୍ତି କିଛି ନାହିଁ ଏଣୁ ଚଳିବା କଷ୍ଟକର ହୋଇପଡିଛି l ଏ ବିଷୟ କୁ ବିଡ଼ିଓ ପ୍ରସନ୍ନ କୁମାର ପଟେଲ ର ଦୃଷ୍ଟି ଆକର୍ଷଣ କରିବାରୁ ଦୁଃଖ ପ୍ରକାଶ କରିଥିଲେ ଏବଂ କଲମପୁର ଡାକ୍ତର ଙ୍କ ସାହାଯ୍ୟ ନେବାକୁ କହିଥିଲେ l ବିଦ୍ୟୁତ ନଥିବାରୁ ଜଣେ କୋମଳମତି ଶିଶୁ ର ଜୀବନ ଛଟପଟ ହେଉଥିବାରୁ ଏହି ପରିବାରକୁ ବିଦ୍ୟୁତ ସଂଯୋଗ କରାଯିବାକୁ ମଧ୍ୟ ଅଞ୍ଚଳବାସୀ ଦାବି କରୁଛନ୍ତି l ଆଉ ମଧ୍ୟ ଏହି ଅସହାୟ ପରିବାର କୁ କିଛି ଆର୍ଥିକ ସହାୟତା ଦେବାକୁ ସରକାରୀ ବେସରକାରୀ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ସହାୟତାର ହାତ ବଢାଇବାପାଇଁ ମା ରାଏମତି ହାତ ଯୋଡି ଆକୁଳ ନିବେଦନ କରିଛନ୍ତି l କଳାହାଣ୍ଡି ଜିଲ୍ଲା – ଧର୍ମଗଡ଼ରୁ କ୍ୟାମେରା ପର୍ସନ ଅଜିତ ପୁଝାରୀଙ୍କ ସହ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।