ଗଜପତି(ସଂଘର୍ଷ ମିଡିଆ0 : – – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2024ର ଦ୍ୱିତୀୟ ଦିନ ଉଦଯାପିତ ହୋଇଯାଇଛି।ଗୋ ସମ୍ବର୍ଦ୍ଧନା ସହ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଗୋ ପୂଜନ କରିଥିଲେ।ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ,ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଡ଼ମ୍ବୁରୁ ଧର ସାମଲ, ଗୋଶାଣୀ ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ଏସ .ବାଲରାଜୁ, ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ସମ୍ବଲପୁର ଡକ୍ଟର ଦୀନବନ୍ଧୁ ମିଶ୍ର ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ ମହାନ୍ତି, ଆର ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଏକ୍ୟୁଆକଲଚର ସ୍ପେସିଆଲିଷ୍ଟ ବ୍ରହ୍ମପୁର ସୁରେଶ୍ୱର ବେହେରା, ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତୁଷାର ରଞ୍ଜନ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଲିସା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଲିନା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତୁଷାର ରଞ୍ଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଗଜପତି ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ କିପରି ହୋଇ ପାରିବ ଓ ଲୋକେ କିପରି ମାଛଚାଷ, ବତକ ଚାଷ,ଗୋପାଳନ, ମହିଷି ଛେଳି ପ୍ରଭୃତି ପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ଓ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ତା ଉପରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ।ଜିଲ୍ଲାରେ ମାଛ ଚାଷ ଓ ଗୋପାଳନରେ ସଫଳ ଚାଷୀଙ୍କୁ ମାନପତ୍ର ,ଉପଢୌକନ ପୁଷ୍ପଗୁଚ୍ଛ ଓ ସହାୟତା ରାଶି ପ୍ରଦାନ କରାଯାଇଛି।ଲୋକ କଳା ନୃତ୍ୟ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନାର ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା। ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଲିସା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତି ରୁ ରେଣୁବାଳା ବେହେରା