ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦଯାପିତ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ମାଛମର। ଗ୍ରାମପଞ୍ଚାୟତର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତୁଷାର ରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପନିର୍ଦ୍ଦେଶକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପାରଳାଖେମୁଣ୍ଡିର ଡକ୍ଟର ବିଦ୍ୟୁତ ଶେଖର ମିଶ୍ର ଯୋଗ ଦେଇ ଥିବା ବେଳେ ଏଡିସିନାଲ ଡିଷ୍ଟଟି ଭେଟିନାରୀ ଅଫିସର (ADVO AW) ଡକ୍ଟର ଶୁଭଙ୍କର ସେଠୀ, ଡକ୍ଟର ଦିଲ୍ଲୀପ ସାହୁ ଗୁରାଣ୍ଡି, ଡକ୍ଟର ସୁଧୀର କୁମାର ସାହୁ VAS ଉପଲଡା ପ୍ରମୁଖ ମଞ୍ଚାସିନ ଥିଲେ।ଡକ୍ଟର ବିଦ୍ୟୁତ ଶେଖର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହିକାର୍ଯ୍ୟକ୍ରମରେ 20 ଜଣ ଗୋ ପାଳକ ଚାଷୀ ପ୍ରଶିକ୍ଷଣ ନେଇଥିଲେ ଓ ସେଞ୍ଚୁରୀୟନ ଡାୟିରୀ ଫାର୍ମ ପରିଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ଧ୍ୟାଦୋଷ ନିରାକରଣ, ଘାସ ଚାଷ, କୃମି ନାଶକ ଓ ଔଷଧ ସେବନ ପ୍ରଣାଳୀ,ଥନ ହରା ରୋଗ ନିରାକରଣ ଉପରେ ବିସ୍ତ୍ରୁତ ଆଲୋଚନା ହେବା ସହିତ କିପରି ଅଧିକରୁ ଅଧିକ ଲାଭବାନ ହୋଇ ପାରିବେ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ତା ଉପରେ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏଲ ଆଇ ପି. ଶ୍ରୀନିବାସ ରାଓ, ସନମୁଖା ପାଲକା ଏଲ ଆଇ, ପ୍ରୀତି ନିହାରି ଏଲ ଆଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।20 ଜଣ ଗୋ ପାଳକ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଶେଷରେ ଉପ ନିର୍ଦ୍ଦେଶକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପାରଳାଖେମୁଣ୍ଡି ଡକ୍ଟର ବିଦ୍ୟୁତ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More