ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ମାଛମର। ଗ୍ରାମପଞ୍ଚାୟତର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିନରେ ଅନୁଷ୍ଟିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି SDVO ରମାକାନ୍ତ ରାଣା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ADVO ଡକ୍ଟର ନାରାୟଣ ମହାପାତ୍ର LP,ଡକ୍ଟର ଶ୍ରୀକାନ୍ତ ଖଟୁଆ ADVO DC,ଡକ୍ଟର ଦିଲ୍ଲୀପ କୁମାର ସାହୁ VAS ଗୁରାଣ୍ଡି,ଡକ୍ଟର ବିଦ୍ୟୁତ ଶେଖର ମିଶ୍ରଡକ୍ଟର ସୁଧୀର କୁମାର ସାହୁ VAS ଉପଲଡା,ଡକ୍ଟର ଲୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ 20 ରୁ ଉର୍ଦ୍ଧ୍ବ ଗୋ ପାଳକ ଚାଷୀ ପ୍ରଶିକ୍ଷଣ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ କାମଧେନୁ ଯୋଜନା ପ୍ରଭୃତି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଚାଷୀମାନଙ୍କୁ ବିସ୍ତ୍ରୁତ ଆଲୋଚନା କରି ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ।