ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

17

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ମାଛମର। ଗ୍ରାମପଞ୍ଚାୟତର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତୁଷାର ରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର ଯୋଗ ଦେଇ ଥିବା ବେଳେ ଡକ୍ଟର ପ୍ରଭଞ୍ଜନ କୁମାର ପ୍ରଧାନ, DTC ଡକ୍ଟର ସାଇ ସନ୍ଦୀପ VAS ଓ ମାଛମରା ସରପଞ୍ଚ ତ୍ରିପତି ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ଏହିକାର୍ଯ୍ୟକ୍ରମରେ 20 ରୁ ଉର୍ଦ୍ଧ୍ବ ଗୋ ପାଳକ ଚାଷୀ ପ୍ରଶିକ୍ଷଣ ନେଇଥିଲେ। 28 ନଭେମ୍ବର 2024 ରୁ 30 ନଭେମ୍ବର 2024 ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ଧ୍ୟାଦୋଷ ନିରାକରଣ, ଘାସ ଚାଷ, କୃମି ନାଶକ ଓ ଔଷଧ ସେବନ ପ୍ରଣାଳୀ,ଥନ ହରା ରୋଗ ନିରାକରଣ ଉପରେ ବିସ୍ତ୍ରୁତ ଆଲୋଚନା ହୋଇ ଥିବା ବେଳେ ଚାଷୀଙ୍କ ପ୍ରଶ୍ନ ଉତ୍ତରକୁ ବିଭାଗୀୟ ଅଧିକାରୀ ମାନେ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏଲ ଆଇ ପି. ଶ୍ରୀନିବାସ ରାଓ, ସନମୁଖା ପାଲକା ଏଲ ଆଇ, ପ୍ରୀତି ନିହାରି ଏଲ ଆଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More