ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ମିଶନ ଶକ୍ତି ଗୃହଠାରେ ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଓ ଚାଇଲଡ଼ ଲାଇନ ତରଫରୁ ଶିଶୁ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥଙ୍କର ତତ୍ୱବଧାନରେ ନୂଆପଡା ବ୍ଳକରେ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା 18 ବର୍ଷରୁ କମ ପିତୃ ମାତୃ ହରା 47 ଜଣ ଶିଶୁ ଚିହ୍ନଟ ହୋଇଥିଲେ। ଆଜି ଶିଶୁ କଲ୍ୟାଣ ସମିତି ସଭ୍ୟ କୁମୁଦ କୁମାର ହୋତା, ଅଶ୍ୱିନୀ କୁମାର ପାତ୍ର, ରମେଶ କୁମାର ଭୋଇ, ପ୍ରକାଶ ସେନାପତିଙ୍କ ନିକଟରେ 35 ଜଣ ହାଜିର ହୋଇଥିଲେ।… ଆଗାମୀ ଦିନରେ ଏହି ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶିକ୍ଷା, ସ୍ୱାସ୍ଥ୍ୟ ସେବା ସହ ଥଇଥାନ ପନ୍ଥା ବାହାର କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରଥ ସୂଚନା ଦେଇଛନ୍ତି।