ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଥିବା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟରେ ସମ୍ପାଦକ ବିଦାୟକାଳୀନ ଏବଂ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବେଶ ହର୍ଷ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ବେହେରାଙ୍କୁ ଉତ୍ତରୀୟ ଏବଂ ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣିଙ୍କ ଫଟୋଚିତ୍ର ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଅନ୍ନପୁର୍ଣ୍ଣା ନାୟକଙ୍କୁ ଆଇନଜୀବି ମାନେ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ପାଦକ ଶ୍ରୀ ବେହେରା ନବରଙ୍ଗପୁର ଜିଲ୍ଲାରେ ଦୀର୍ଘ ତିନି ବର୍ଷ କାର୍ଯ୍ୟକାଳ ପରେ ଯାଜପୁର ଅଞ୍ଚଳକୁ ବଦଳି ହୋଇଛନ୍ତି। ଏବଂ ତାଙ୍କ ସ୍ଥାନରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ପାଦିକା ଅନ୍ନପୁର୍ଣ୍ଣା ନାୟକ ଜଗତସିଂହପୁର ଜିଲ୍ଲାରୁ ବଦଳି ହୋଇ ଆସିଛନ୍ତି। ସମ୍ପାଦିକା ଅନ୍ନପୂର୍ଣା ନାୟକ ପୂର୍ବରୁ ଜଗତସିଂହପୁର ମହିଳା କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଉଭୟ କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଆଶିଷ ରଞ୍ଜନ ପଟ୍ଟନାୟକ, ସଙ୍ଘ ସମ୍ପାଦକ ରାମ ପ୍ରସାଦ ପାତ୍ର, କୋଷାଦକ୍ଷ ବିଧୁଶେଖର ତ୍ରିପାଠୀ, କାର୍ଯ୍ୟନିର୍ବାହୀ ସଦସ୍ୟା ମିନାକ୍ଷୀ ପାଢୀ, ସଦସ୍ୟ ପ୍ରଦୀପ କୁମାର ସାହୁ, ଏ. ସତୀଶ , ଅତିରକ୍ତ ସରକାରୀ ଆଇନଜୀବି ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ସରକାରୀ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ, ଅତିରିକ୍ତ ସରକାରୀ ଆଇନଜୀବୀ ସନ୍ତୋଷ ମିଶ୍ର, ସହକାରୀ ସରକାରୀ ଅଧିବକ୍ତା ସିରାଜୁଦ୍ଦିନ ଅହମ୍ମଦ, ପୂର୍ବତନ ସଙ୍ଘ ଉପ ସଭାପତି ହରି ନାରାୟଣ ବେହେରା, ଆଇନଜୀବି ଜେନିଫର ସୁନା, ନମିତା ପଟ୍ଟନାୟକ, କିଶୋର ପଟ୍ଟନାୟକ, ଦେବୀ ପ୍ରସାଦ ସିଂ, ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆବିଭକ୍ତ କୋରାପୁଟ ଜିଲ୍ଲା ରୁ ସାଉଥ ୱେଷ୍ଟ ଜୋନାଲ ହେଡ଼ ଜ୍ୟୋତ୍ସ୍ନା ରାଉଳ ସଙ୍ଘର୍ଷ ନ୍ୟୁଜ।