ଜିଲା ସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ

54

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ଜଗତସିଂହପୁର ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲା ସ୍ତରୀୟ ପଂଚାୟତିରାଜ ଓ ଲୋକ ସେବା ଦିବସ ଜିଲା ପ୍ରଶାସନ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ପାଳିତ  ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ଯୋଗଦେଇ କହିଥିଲେ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଆଜିର ଦିବସକୁ ପାଳନ କରାଯାଉଛି।ଆଜି ହେଉଛି ମହାନ ଜନ ନାୟକ ଭୂମିପୁତ୍ର ତଥା  ଓଡ଼ିଶାର ଗର୍ବ ଓ ଗୌରବ, ଓଡ଼ିଆ ଜାତିକୁ ଉଦବୁଧ କରିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ।ଜଗତସିଂହପୁର ଜିଲ୍ଲାକୁ ସରସ ସୁନ୍ଦର କରିବା ପାଈଁ ଆଜିର ଦିନରେ ପ୍ରତିଶ୍ରୁତିବଦ୍ଧ ହେବା ଯେ ଜିଲ୍ଲା ଗୌରବ ଆମ ମାନଙ୍କ ଓ ଆପଣ ମାନଙ୍କ ହାତରେ।ଆମେ ସମସ୍ତେ ଏକ ମନ ଏକପ୍ରାଣ ହୋଇ କାର୍ଯ୍ୟ କଲେ ଆମଜିଲା ନିସ୍ଚୟ ପ୍ରଗତିହେବ।ଏହି ଦିବସରେ ସମ୍ମାନିତ ଅତିଥିଭାବେ ଜିଲାପରିସଦ ସଭାପତି ପ୍ରିୟ ଦର୍ଶିନୀ ବିଶ୍ୱାଳ,ବ୍ଳକ ଅଧଖ୍ୟା ବିଜୟଲକ୍ଷ୍ମୀ ବେହେରା,ଜଗତସିଂହପୁର ବିଡ଼ିଓ ସାଗର ନନ୍ଦ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତି ଅଧ୍ୟକ୍ଷତାକରି କହିଥିଲେ ମାର୍ଚ୍ଚ 5 ତାରିଖ କୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ ମିଳିତ ଆନୁକୂଲ୍ୟରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାର ପୁରାତନ ପ୍ରଶିକ୍ଷାର୍ଥୀ ଓ ଅଭିବାବକ ମାନଙ୍କୁସମ୍ବର୍ଦ୍ଧିତ କରାଯାଇଥିଲା। ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ସଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।ପ୍ରାରମ୍ଭରେ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତି ମୃତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଓରମାସ ର ଡେ଼ପୁଟି ସିଓ ସତ୍ୟସୁନ୍ଦର ଶିବରାମ ପାଇଟାଳ ପରିଚାଳନା କରିଥିଲେ।ପ୍ରଭାତ କୁମାର ଦାସ ଓ ଓରମାସ ର କର୍ମ କର୍ତା ମାନେ ସହାୟତା କରିଥିଲେ।ଶେଷରେ ବିପିଏମ୍ ପ୍ରତାପ ରୁଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More