ଜଗତସିଂହପୁର( ସଂଘର୍ଷ ମିଡିଆ ) :- ଜଗତସିଂହପୁର ଜିଲ୍ଲା ଆଡଭୋକେଟ କ୍ଲର୍କ ସଙ୍ଘ ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲା ଆଡଭୋକେଟ ସଙ୍ଘର ଏକ ବୈଠକ କୋର୍ଟ ପରିସରରେ ଥିବା ସଙ୍ଘ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ବିମଳ କୁମାର ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ଆଡଭୋକେଟ କ୍ଲର୍କ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।ପରେ ସଂଘର କର୍ମକର୍ତା ମାନଙ୍କର କାର୍ଯ୍ୟକାଳ ପୁରିଯାଇଥିବାରୁ କର୍ମକର୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ନୂତନ କର୍ମକର୍ତା ଭାବେ ଜିଲା ଆଡଭୋକେଟ କ୍ଲର୍କ ସଂଘର ସଭାପତି ଭାବେ ବିମଳକାନ୍ତ ଦାଶ, ସମ୍ପାଦକ ଭାବେ ତୁଳସୀ ପ୍ରସାଦ ଦାଶ, ଉପସଭାପତି ଅଜିତ କୁମାର ବିଶ୍ଵାଳ, ସହ ସମ୍ପାଦକ କୀର୍ତ୍ତି ରଂଜନ ଚୌଧୁରୀ, କୋଷାଧ୍ୟକ୍ଷ ଭାବେ ବିନୋଦ ବିହାରୀ ନାୟକ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବିଜୟ କୁମାର ଦାସ,ବୈଲୋଚନ ସାହାଣୀ, ଵିଜୟ କୁମାର ତାରେଣୀଆ,ମନୋଜ ବେହେରା,ଭୋବନାନନ୍ଦ ମଲ୍ଲିକ, ସିଧେଶ୍ୱର ବାରିକ, ଶିବ ପ୍ରସାଦ ବାରିକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।