ଜାମ୍ବଗୁଡା ଅଚ୍ୟୁତନନ୍ଦଙ୍କ ପିଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଯାତ୍ରା

28

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଜାମ୍ବଗୁଡା ଅଚ୍ୟୁତନନ୍ଦଙ୍କ ପିଠରେ ବିଶ୍ଵ ଶାନ୍ତି ମହା ଯଜ୍ଞ ନିମନ୍ତେ କଳସ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି lଏହି ଅବସରରେ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଉପସ୍ଥିତ ହୋଇ ଉକ୍ତ ଦିବସ ପାଳନ କରିଥିଲେ l ଜଟାବାଲ ଗ୍ରାମର ଛୋଟ ଛୋଟ ଝିଅ ମାନଙ୍କୁ ନେଇ ଏକ ସଙ୍କୀର୍ତ୍ତନ ମଣ୍ଡଳୀ ତାଙ୍କ ସଙ୍କୀର୍ତ୍ତନ ପରିବେଷଣ ସମସ୍ତ ଶ୍ରଦ୍ଧାଳୁ ଙ୍କ ମନ ଖୁସି କରିଥିଲା l ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ମନ୍ଦିରର ପୂଜାର୍ଚ୍ଚନା କରାଯିବା ପରେ ଆଳତୀ ବେଶ୍ ମନୋମୁଗ୍ଧକର ହୋଇ ଉଠିଥିଲା l ଘଣ୍ଟ ନାଦ,ହୁଳହୁଳି ନାଦରେ ପରିବେଶ ଉଛୁଳି ଉଠିଥିଲା l ମନ୍ଦିର ପରିସରରୁ ଝିଅ, ବୋହୂ ମାନେ କର୍ତ୍ତା ରବି କୁମାର ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସରିତା ଅଗ୍ରୱାଲଙ୍କ ସହ ବାଦ୍ୟ ନାଦରେ ସୁନାଦେଇ ମେଲୋଡି, ବିରିସୋଲା ଗ୍ରାମର ଡିଜେର ତାଳେ ତାଳେ ମହା ଆନନ୍ଦରେ ଜାମ୍ବଗୁଡ଼ା ଗ୍ରାମର ବନ୍ଧରୁ ପୂଜାର୍ଚନା କରାଯାଇ କଳସରେ ଜଳ ସଂଗ୍ରହ କରି ଯଜ୍ଞ ମଣ୍ଡପକୁ ଜଣାଯାଇ ମନ୍ଦିର ପ୍ରଦକ୍ଷିଣ କରାଯାଇ କଳସ ସ୍ଥାପନ କରାଯାଇଥିଲା lଶ୍ରଦ୍ଧାଳୁ ଭକ୍ତମାନେ ବେଶ୍ ଆନନ୍ଦରେ କଳସ ଯାତ୍ରାରେ ସାମିଲ ହୋଇ ଅନ୍ନ ପ୍ରସାଦ ସେବନ କରିଥିଲେ l ବିଶେଷ ଆକର୍ଷଣ ନେମାଳ ମନ୍ଦିରରୁ ବାପା ଓ ମା ଆସି ଉକ୍ତ ସ୍ଥାନରେ ପହଂଚି ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ସମସ୍ତ କାର୍ଯ୍ୟ ସୁରଖୁରରେ ସମ୍ପାଦନ ହୋଇ ଚାଲିଛି lଉକ୍ତ କାର୍ଯ୍ୟକ୍ରମରେ ପ୍ରଭୁ ଅଚ୍ୟୁତନନ୍ଦଙ୍କ ଭକ୍ତ ବୃନ୍ଦ ସହଯୋଗ କରି ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟକ୍ରମକୁ ସମାପନ କରିଥିଲେ l ମନ୍ଦିର ପୂଜକ ଅମିତାଭ ପଣ୍ଡା, କମିଟି କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଭାଗବାନ ବେହେରା, ହରିଶ୍ଚନ୍ଦ୍ର ଜେନା, ରାଜେଶ ଅଗ୍ରୱାଲ ସୂରଜ ଭୋଇ, ଅଭିମନ୍ୟୁ ନାୟକ, ରବି ଅଗ୍ରୱାଲ, ରାକେଶ ଦାସ, ତ୍ରିନାଥ ଲେଙ୍କା,ଭ୍ରମରବର ମହାରଣା,ଡୋଳାମଣି ସାହୁ, ହେମନ୍ତ କୁମାର ମିଶ୍ର, ସନ୍ତୋଷ ଦାସ,ପିଣ୍ଟୁ ମିଶ୍ର ରମାକାନ୍ତ ସ୍ଵାଇଁ, ବିଜୟ ମେହେଟା ଓ ରବି ନାରାୟଣ ମହାନ୍ତି ପ୍ରମୂଖ ସହଯୋଗ କରିଥିଲେ l ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ମନ୍ଦିର କମିଟି ଦ୍ଵାରା ସମ୍ପାଦନ କରାଯାଇଥିଲା l ଉକ୍ତ ନାମ ଯଜ୍ଞ ତା ୩୦|୫|୨୪ ପର୍ଯ୍ୟନ୍ତ ଚାଲୁ ରହିବ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More