ପୁରୀ(ସଂଘର୍ଷ ମିଡିଆ) : – ଆଜି ଆଜି ଅପରାହ୍ନ 3ଟାରେ ଜାତୀୟ ରାଜପଥ କାଠପୋଲ ନିକଟରେ ସିରିଜ କାର ଦୁର୍ଘଟଣା ଘଟିଛି l ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି l ନୌସେନା ଦିବସ ପାଳନ ଅବସରରେ କେତେକ ବିଧାୟକ କାର ଯୋଗେ ଆଗପଛ ହୋଇ ପୁରୀ ଆସୁଥିବା ବେଳେ ପଛକୁ ପଛ 3ଟି ବିଧାୟକଙ୍କ କାର ଧକ୍କା ହୋଇଥିଲା l ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡିର ସମ୍ମୁଖ ଭାଗ ନଷ୍ଟ ହୋଇଥିଲା l ଶ୍ରୀ ଜଗଦେବ ଅନ୍ୟ ଏକ ଗାଡ଼ିରେ ଯାଇଥିଲେ l