କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : – କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଚଣ୍ଡିଆପାଲି ଗ୍ରାମର କବିନ୍ଦ୍ର ରାଉତ ନାମକ ବ୍ୟକ୍ତି ଜଣକ ଜାଗା ବାଡ଼ି କଳି ଲାଗି ରହିଥିବା ବେଳେ ପଡୋଶୀ ମୁଷ୍ଟିମେୟ ଲୋକ ହେଇଥିବାରୁ ବଳ ପୂର୍ବକ ସବୁ ଜମି ବାଡ଼ି ହାତେଇବାକୁ ବସିଛି ଏବଂ କବିନ୍ଦ୍ର ରାଉତ ଏହି ବିଷୟରେ କିଛି ପାଟି ଖୋଲିଲେ ମାର୍ଧର ମଧ୍ୟ କରୁଛନ୍ତି । ଉକ୍ତ ସମସ୍ୟା ସମ୍ପର୍କରେ ରାଜନଗର ଥାନା ଅଧିକାରୀଙ୍କୁ ଅବଗତ କରାଇଲା ପରେ ମଧ୍ୟ କିଛି ଲାଭ ହେଲାନାହିଁ. ଏହା ପରେ ଏସପି ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କୁ ଜଣାଇଲେ ମଧ୍ୟ ଆମକୁ ବର୍ତମାନ ପର୍ଯ୍ୟନ୍ତ ନ୍ୟାୟ ମିଳିପାରିଲା ନାହିଁ । ସେଥିପାଇଁ ଆଜି ଆମେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛୁ ଯଦି ଆଗାମୀ ଦିନରେ ଜିଲ୍ଲାପାଳ ଆମ କଥା ନସୁଣନ୍ତି ତେବେ ଆମେ ଏହିଠି ଧାରଣାରେ ବସିରହିବୁ ବୋଲି ଧାରଣା ବସିଥିବା ବ୍ୟକ୍ତି ଜଣକ କହିଥିଲେ. କେନ୍ଦ୍ରାପଡ଼ାରୁ ଜିଲ୍ଲାପ୍ରତିନିଧି ବଳରାମ ବେହେରାଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।