ରାଉରକେଲା(ସଂଘର୍ଷ ମିଡିଆ ) : ଗତକାଲି ୟାସ ବାତ୍ୟା ଯୋଗୁଁ ଇସ୍ପାତ ନଗରୀରେ ତୁହାକୁତୁହା ବର୍ଷା ଓ ପବନ ଲାଗିରହିଥିଲା । ତେବେ ଅବିରତ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ହମିରପୁର ଅଂଚଳ ମଧ୍ୟ ଜଳମଗ୍ନ ହୋଇଛି । ସେକ୍ଟର ଅଂଚଳର ବର୍ଷାପାଣି ହମିରପୁର କୁ ବୋହିଆସି ଜଳ ନିଷ୍କାସନ ହୋଇନପାରି ଏକ ବିରାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଜଳ ନିଷ୍କାସନ ପାଇଁ ଆରଏସପି କର୍ତ୍ତୃପକ୍ଷ ବା ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଓ ଜଳ ନିଷ୍କାସିତ ହୋଇପାରୁନଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ପ୍ରାୟ ପ୍ରତେକ ବର୍ଷ ବର୍ଷା ଦିନରେ ଏହିଭଳି ଅବସ୍ଥା ଦେଖିବାକୁ ମିଳେ। ତେଣୁ ଏହାର ବିହିତ ପଦକ୍ଷେପ ନେବାକୁ ହମିରପୁର ଉନ୍ନୟନ ପରିଷଦର ସଭାପତି ସୁମନ ଦତ୍ତ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
Get real time updates directly on you device, subscribe now.
Prev Post
ବାତ୍ୟା ୟାସ୍’ ପ୍ରଭାବ : ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ପାଣି, ପମ୍ପ୍ ଦ୍ବାରା ଚାଲିଛି ଜଳ ନିସ୍କାସନ
Next Post