ଜଙ୍ଗଲରେ ନିଆଁ ନିବାରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

45

Get real time updates directly on you device, subscribe now.

ଖୋର୍ଦ୍ଧା ( ସଂଘର୍ଷ ମିଡିଆ ) :  – ଜଙ୍ଗଲୀ ନିଆଁ ଏବେ ଓଡିଶା ଜଙ୍ଗଲ ବିଭ‍ଗ  ପାଇଁ  ଅଭିଶାପ ପାଲଟିଛି । ଜଙ୍ଗଲ ବିଭାଗର ଶତ ପ୍ରତିଶତ ପ୍ରଚେଷ୍ଟା ସତ୍ୱେ  ଜଙ୍ଗଲରେ ନିଆଁ ଲାଗି ଜୀବ ଜନ୍ତୁ ସହ ଗଛ ବ୍ତୁକ୍ଷ ଜଳି ପୋଡି ଛାରଖାର ହୋଇ ଯାଉଛି।  ଫଳରେ ପରିବେଶ  ସନ୍ତୁଳନତା  ହରାଇବାରେ ଲାଗିଛି । ତେଣୁ  ଜଙ୍ଗଲି ନିଆଁକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଜନ ସଚେତନତାକୁ ଅଧୀକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଖୋରଧା ବନଖଣ୍ଡ ରଣପୁର ବନାଂଚଳ ପକ୍ଷରୁ  ଚଂପାଗଡ ଗ୍ରାମରେ ଆରମ୍ଭ ହୋଇଛି ଜନ ସଚେତନ‍ତା କାର୍ଯ୍ୟକ୍ରମ । ଏହି ଅବସରରେ  ଚଂପାଗଡ ଗ୍ରାମର ସ୍ୱପ୍ନେଶ୍ୱର  ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି  ଜଙ୍ଗଲି ନିଆଁ ନିବାରଣ  ସଚେତନତା କାର୍ଯ୍ୟକ୍ରମ । ଏହି ସଭାରେ ରଣପୁର   ବନାଂଚଳ  ଅଧୀକାରୀ ଶରତ ଚନ୍ଦ୍ର ଶତପଥୀ  ଓ  ବନ ସୁରକ୍ଷା ସମିତିର ସଭାପତି ପନଗ ଭୁଷଣ ମାନଧାତା  ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଜନସାଧାରଣଙ୍କୁ  ନିଆଁ ନିବାରଣ ସଂପର୍କରେ  ସଚେତନ କରାଇଥିଲେ । ଏହା ପରେ ଏକ ସଚେତନତା  ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା  । ଏହି ଶୋଭାଯାତ୍ରାରେ ଛୋଟ ଛୋଟ ଶିଶୁ । ମହିଳା ଓ ଗ୍ରାମବାସୀ ସାମିଲ ହୋଇଥିଲେ । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More