ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

44

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସାରସ୍ଵତ ପରିଷଦ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ବିଶ୍ଵପରିବେଶ ଦିବସ ପାଳିତ ହୋଇଯାଇଛି।ଏଥିରେ ଅଧକ୍ଷତା କରି ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କହିଥିଲେ ଯେ ବିଶ୍ଵପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି।ଫଳସ୍ୱରୂପ ବିଶ୍ଵ ତାପାୟନ ଵୃଦ୍ଧି ପାଇବା ସହ ଜଳଵାୟୁ ରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଉଛି।ଏଥିପାଇଁ ଜନସଚେତନତା ବୃଦ୍ଧି ସହ ବ୍ୟାପକ ବୃକ୍ଷରୋପଣ ଜରୁରୀ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡକ୍ଟର ଵିଜୟ କୁମାର ବିଶ୍ବାଳ,ସମାଜସେବୀ ନିରଞ୍ଜନ ବାରିକ,ଆଇନଜୀବୀ ରୁଦ୍ର ନାରାୟଣ ନାୟକ,ଅଵସର ପ୍ରାପ୍ତ ସରକାରୀ କର୍ମଚାରୀ ବିଷ୍ଣୁଚରଣ କାଣ୍ଡି,ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଧରଣୀଧର ପ୍ରଧାନ,ବରିଷ୍ଠ ନାଗରିକ ଟିକିନା ଦାସ ଯୋଗଦେଇ ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More