ଜଗତସିଂହପୁର(ସଂଘର୍ଷ ମିଡିଆ ) : – ସାମୁଦ୍ରିକ ଝଡ ବାତ୍ୟା ୟାସ କୁ ଆଖି ଆଗରେ ରଖି ଜଗତସିଂହପୁର ପୌର ପ୍ରଶାସନ ପକ୍ଷରୁ ପୋୖରାଞ୍ଚଳର ବସ୍ତି ବାସିନ୍ଦା କଚା ଘର ଲୋକମାନଙ୍କୁ ପୋୖରାଞ୍ଚଳର ବିଭିନ୍ନ ସ୍କୁଲ କୁ ସ୍ଥାନା ନ୍ତରିତ କରାଯାଇ ଥିଲା ।ସମ୍ପୃକ୍ତ ଲୋକ ମାନଙ୍କୁ ଚୁଡା ଗୁଡ ଓ ରନ୍ଧାଖାଦ୍ୟ ବଣ୍ଟନ କରାଯାଥିଲା ପୌର ଅଧିକାରୀ ଡାକ୍ତର ଅଶୋକ କୁମାର କର୍ଣ୍ଣ ପୌର ଯନ୍ତ୍ରୀ ଦେବବ୍ରତ ମିଶ୍ର ପୌରପରିଷଦ ମେଡିକାଲ ଅଫିସର ଡାକ୍ତର ସରୋଜ ଷଡ଼ଙ୍ଗୀ ସ୍ଥାନାନ୍ତରିତ ଲୋକ ମାନଙ୍କ ନିକଟକୁ ଯାଇ ସେମାନଙ୍କର ରହିବ ଖାଇବା ପଚାରି ବୁଝିଥିଲେ। ସରକାରଙ୍କ ନିର୍ଦେଶ ଅନୁଯାୟୀ ସେମାନଙ୍କୁ ସ୍ଥାନାନ୍ତରିତ ଲୋକ ମାନଙ୍କୁ କରୋନା ମାର୍ଗଦର୍ଶିକାକୁ କଡ଼ା କଡ଼ି ଭାବେ ମଧ୍ୟ ପାଳନ କରାଯିବାକୁ ମଧ୍ୟ ସଚେତନତା କରାଯାଇଥିଲା। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।