ଜଗତସିଂହପୁର ପୌରପରିଷଦ ତରଫରୁ ଭତା ,ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟଦେଶ ବଣ୍ଟନ ଓ ମିନି ସେସ ପୋଲର ଲୋକାର୍ପଣ

56

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) :- ଜଗତସିଂହପୁର  ପୌର ପରିଷଦ ତରଫରୁ ଆଜି ଭତା, ଆବାସଯୋଜାନର କାର୍ଯ୍ୟାଦେଶ ବଣ୍ଟନ ସହ ମିନି ସେସପୋଲର ଲୋକାର୍ପଣ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନାକମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଏବଂ ମୁଖ୍ୟବକ୍ତା ଭାବେ ଜିଲାପାଳ ତଥା ପୌର ପ୍ରଶାସକ ସଂଗ୍ରାମକେଶରୀ ମହାପାତ୍ର ଯୋଗଦେଇ 28ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ,ବିଧବା, ବିକଳାଙ୍ଗ ଭତ୍ତା ଓ ୬୮ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରବା ସହ ଏକ ମିନି ସେସପୋଲର ଲୋକାର୍ପଣ କରିଥିଲେ।ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଜଗତସିଂହପୁର ପୋୖରାଞ୍ଚଳ ରେ ଜନସଧାରଣ ମାନଙ୍କ ହିଟ ନିମନ୍ତେ ଏକ ଆଦର୍ଶ ପାର୍କ, ଆଦର୍ଶ ଶବଦାହ ଗୃହ ଏବଂ ଆଦର୍ଶ ପୋଖରୀ କରାଯିବା ସହିତ ପୌର ପରିଷଦ କୁ ସୌନ୍ଦର୍ଯ୍ୟ କାରଣ କରାଯାଉଛି।ମୁଖ୍ୟଅତିଥି ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ୬୦ଲକ୍ଷ ବ୍ୟୟ ଅଟକଳ ମୂଲ୍ୟର ଚାଟ୍ର ଠାରୁ କାଳିଆବୋରା କଂକ୍ରିଟ ରାସ୍ତା ଓ ୨୦ଲକ୍ଷ ବ୍ୟୟ ଅଟକଳ ମୂଲ୍ୟର କଲେଜ ଛକ ଠାରୁ ମାର୍କେଣ୍ଡସ୍ୱର ମନ୍ଦିର ରାସ୍ତାକୁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ କହିଥିଲେ ପୋୖରାଞ୍ଚଳ ର ଉନ୍ନତି ଓ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।ପୋୖରନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ସ୍ଵାଗତ ଭାଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜେଡି ନଗରସଭାପତି ପ୍ରିୟବ୍ରତ ମହାପାତ୍ର,ପୂର୍ବତନ ନଗରପାଳ ମଧୁସୂଦନ ସାହୂ, ପୌର ମେଡ଼ିକାଲ ଅଫିସର ଡାକ୍ତର ସରୋଜ କୁମାର ଷଡ଼ଙ୍ଗୀ, ଯନ୍ତ୍ରୀ ଦେବବ୍ରତ ମିଶ୍ର, ବରିଷ୍ଠ ସହାୟକ ଦୀପକ ପଟନାୟକ, ପ୍ରମୁଖ ବୁଦ୍ଧିଜୀବୀ ଜନସଧାରଣ ଯୋଗଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More