ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା ସଭାଗୃହ ଠାରେ ଜିଲାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମାନଙ୍କ ସହିତ ଜିଲା ପ୍ରଶାସନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ବର୍ତ୍ତମାନ ବିଶ୍ଵ ମହାମାରୀ କରୋନା ର ଦ୍ୱିତୀୟ ଲହରୀ ସାରା ଦେଶରେ ବିଭୀଷିକା ସୃଷ୍ଟି କରିଛି।ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାରମ୍ବାର ରାଜ୍ୟ ବାସୀଙ୍କୁ ବାର୍ତା ମାଧ୍ୟମରେ ସଚେତନ କରୁଛନ୍ତି।ଜଗତସିଂହପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି।ଆଗକୁ ମଧ୍ୟ ଵୃଦ୍ଧି ପାଇବାର ଆଶଙ୍କା ରହିଛି।ଏହି ପରିପ୍ରେକ୍ଷୀରେ ଆମ ଜିଲ୍ଲାର ଧର୍ମାନୁଷ୍ଠାନ ,ମନ୍ଦିର, ମସଜିଦ, ଗୀର୍ଜା ମାନଙ୍କରେ ନିୟନ୍ତ୍ରଣ କରାଯାଇଛି।ଧାର୍ମିକ ସମାରୋହ ଉପରେ କଟକଣା ଜାରିକରାଯାଇଛି।ଧାର୍ମିକ ଅନୁଷ୍ଠାନ ଗୁଡିକ ପରିଚାଳନା କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ପାଳନ କରାଯିବ।ସର୍ବସାଧାରଣଙ୍କ ଯିବା ଆସିବା ରେ ପ୍ରତବନ୍ଧକ ଲଗାଯାଇଛି। ଏପରିକି ବାହାର ରାଜ୍ୟର ଲୋକ ଗାଁ କୁ ଆସିଲେ ପ୍ରଶାସନ କୁ ତୁରନ୍ତ ଖବର ଦେବାକୁ ଜିଲାପାଳ ପରାମର୍ଶ ଦେବାକୁ କହିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଯୋଗଦେଇ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ କହିଥିଲେ ସରକାରଙ୍କ କୋଭିଡ କଟକଣାକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଡେ଼ପୁଟି କଲେକ୍ଟର ରାଜସ୍ୱ ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ, ଜିଲା ଜରୁରୀକାଳୀନ ବିଭାଗର କର୍ମକର୍ତ୍ତା, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।