ମାଲକାନଗିରି( ସଂଘର୍ଷ ମିଡିଆ ) : ଛତିଶଗଡରେ ସିଲଗେର ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ୨୨ ଯବାନ ଶହୀଦ ୩୧ଜଣ ଆହତ ହୋଇଛନ୍ତି । ଏବେ ବି ଅନେକ ଯବାନ ନିଖୋଜ ଥିବା ସୂଚନା ଦେଇଛି ଛତିଶଗଡ ପୋଲିସ । ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟମିଳିଥିବା ସୂଚନା ଅନୁସାରେ ଛତିଶଗଡର ସିଲଗେର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ସେଠାରେ ଡିଆରଜି ଓ ସିଆରପିଏଫ ପକ୍ଷରୁ ମିଳିତ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ପରେ ନକ୍ସଲ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 22 ଯବାନ ଶହୀଦ ହୋଇଥିବା ବେଳେ ଏବେ ବି ଅନେକ ଜଣ ନିଖୋଜ ଅଛନ୍ତି । ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ଅନେକ ନକ୍ସଲ ମୃତାହତ ହୋଇଥିବାବେଳେ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ କରିଛି ପୋଲିସ । ଏନକାଉଣ୍ଟରରେ ଆହତ ହୋଇଥିବା 31ଜଣ ଯବାନଙ୍କ ମଧ୍ୟରୁ 23ଜଣ ବିଜାପୁର ଡାକ୍ତରଖାନା ଓ 8ଜଣଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅନ୍ୟପଟେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ କଥା ହୋଇଛନ୍ତି । ଏହା ସହିତ ଶାହା ମଧ୍ୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ମହାନିର୍ଦ୍ଦେଶକଙ୍କୁ ଛତିଶଗଡ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୋଲିସ ମହାନିର୍ଦ୍ଦେଶକ କୁଲଦୀପ ସିଂ ଛତିଶଗଡରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ।ଏହି ଅପରେସନରେ 5 ଶହ ସୁରକ୍ଷାକର୍ମୀ ନିୟୋଜିତ ଥିବା ପୋଲିସ କହିଛି । ଏବେ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି । ଏବେ ବି ଅନେକ ଜଣ ଯବାନ ନିଖୋଜ ଥିବା ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି । ଛତିଶଗଡ ପୋଲିସ ମହାନିର୍ଦ୍ଦେଶ ଓ ନକ୍ସଲ ଦମନ ଅଭିଯାନର ସ୍ବତନ୍ତ୍ର ପୋଲିସ ଅଧିକାରୀମାନେ ଘଟଣା ଉପରେ ନଜର ରଖିବା ସହ ପୋଲିସ ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରଖିଥିବା ନକ୍ସଲ ଅପରେସନ ଡିଆଇଜି ପ୍ରେସମିଟରେ ସୂଚନା ଦେଇଛନ୍ତି ।ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।