ନରସିଂହପୁର ( ସଂଘର୍ଷ ମିଡିଆ ) : ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ। ରାସ୍ତା ଉପରେ ଶବ ରଖି କ୍ଷତି ପୂରଣ ଦାବି କରି ଗ୍ରାମବାସୀ କଲେ ରାସ୍ତାରୋକ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ବାଗଧରିଆ ଛକ ରେ।ସୂଚନା ଅନୁଯାୟୀ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମର ନିରାକାର ରାଉତ ମଳକଣ୍ଟକ ଅସ୍ତ୍ରୋପଚାର କରିବା ପାଇଁ କାନପୁର ଥାନା ଅନ୍ତର୍ଗତ ଏକଡ଼ାଳ ଗ୍ରାମରେ ଥିବା ଶୁଶ୍ରୁଷା ନାମକ ଏକ ଘରୋଇ ନର୍ସିଂ ହୋମ କୁ ଆସିଥିଲେ।ଅସ୍ତ୍ରୋପଚାର ସମୟରେ ତାଙ୍କର ରକ୍ତଶ୍ରାବ ବନ୍ଦ ନହେବାରୁ ତାଙ୍କୁ କଟକ ସ୍ଥିତ ସିଲଭର ସିଟି ଘରୋଇ ହସ୍ପିଟାଲ କୁ ନେଇଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ସବୁଠାରୁ ବଡ଼କଥା ହେଲା ଶୁଶ୍ରୁଷା ନର୍ସିଂହୋମର ମାଲିକ ଅଜୟ ପଣ୍ଡା ତାଙ୍କ ନିଜ କାରରେ ମୃତକକୁ କଟକରୁ ଆଣିଥିଲେ। ହେଲେ ରାତି 3.00 ଘଟିକା ସମୟରେ ବାଗଧରିଆ ଛକ ଠାରେ ଶବ ଥିବା କାରକୁ ଡ୍ରାଇଭର ରାସ୍ତା ଉପରେ ଠିଆ କରି କେଉଁଆଡ଼େ ଛାଡି ପଳାଇଥିଲେ। ଏହାପରେ ଖବର ପାଇ କାଠଖୁଣ୍ଟ ଗ୍ରାମବାସୀ ଉତ୍ୟକ୍ତ ହୋଇ ବାଗଧରିଆ ଛକ ଠାରେ କଟକ ନରସିଂହପୁର 65 ନଂ ରାଜ୍ୟ ରାଜପଥର ମୁଖ୍ୟରାସ୍ତା ବାଗଧରିଆ ଛକ ଠାରେ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ନରସିଂହପୁର ତହସିଲଦାର ଓ କାନପୁର ପୋଲିସ ଓ ଆଠଗଡ ଏସ ଡି ପି ଓ , ତହସିଲିଦାର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ନରସିଂହପୁରରୁ ସଞ୍ଜୟ ପଟ୍ଟନାୟକ ସହ ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ।