ଚାଷୀ ମାନଙ୍କଠାରୁ ଧାନ କିଣିବା ବ୍ୟବସ୍ଥା କରା ନଗଲେ ନବନିର୍ମାଣ କୃଷକ ସଂଗଠନ ତରଫରୁ ହେବ ଆନ୍ଦୋଳନ

57

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ) : -ଜିଲା ନବନିର୍ମାଣ କୃଷକ ସଂଗଠନ ତରଫରୁ ଜଗତସିଂହପୁରର ସିପି ସ୍ଥିତ କାର୍ଯ୍ୟାଳୟରେ ସରକାରଙ୍କ ଧାନ କିଣାରେ ଅନିୟମିତତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।  ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ବୈଂଶି ଧର ପଟ୍ଟନାୟକ, ନିତ୍ୟା ନନ୍ଦ ପଣ୍ଡା,ରାଜ୍ୟ ସହ ସଂଜୋଜକ ରଶ୍ମି ରଂଜନ ସ୍ବାଇଁ, ରାଜ୍ୟ କୋର୍ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ବାଇଁ, ସଂଗଠନର ଅଗ୍ରଣୀ କାର୍ଯ୍ୟକର୍ତ୍ତା ପ୍ରସନ୍ନ କୁମାର କୁଆଁର, ବିଭୂତି ଭୂଷଣ ଲେଙ୍କା, ଗୁଣନିଧି ସ୍ବାଇଁ, ଭାସ୍କର ମହାପାତ୍ର, ରମଣୀ ରଂଜନ ବେହେରା, ବ୍ରଜକିଶୋର ମହାନ୍ତି ପ୍ରଭୃତି ଯୋଗଦେଇ  ସରକାରଙ୍କ ମଣ୍ଡିରେ ଧାନ କିଣା  ଅନିୟମିତତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଟୋକନ ପାଇ ମଧ୍ୟ ଧାନ ବିକ୍ରିରୁ ବଞ୍ଚିତ ଚାଷୀ ମାନଙ୍କ ଠାରୁ ଧାନ କିଣା ବ୍ୟବସ୍ଥା କରାଗଲା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ଚେତାବନୀ ଦେଇଛି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More